କରୋନା ସଂକ୍ରମଣ ବଢୁଥିବାରୁ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । ସ୍ଥିତିର ଆକଳନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି । ଆଜି ଭର୍ଚୁଆଲ ମୋଡରେ ଏହି ବୈଠକ ହେବ । ଏଥିରେ କୋଭିଡ ସମ୍ପର୍କରେ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏଥିରେ ସ୍ୱାସ୍ଥ୍ୟ ବିଭାଗ ଓ ନୀତି ଆୟୋଗର ବରିଷ୍ଠ ଅଧିକାରୀ ବି ସାମିଲ ହେବେ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାର ୩୩୫ ନୂଆ ମାମଲା ଚିହ୍ନଟ ହୋଇଛି । ୧୯୫ ଦିନ ପରେ ଏହା ହେଉଛି ସର୍ବାଧିକ ମାମଲା । ଗତବର୍ଷ ସେପ୍ଟେମ୍ବର ୨୩ରେ ୫ ହଜାର ୩୮୩ ମାମଲା ଚିହ୍ନଟ ହୋଇଥିଲା । ବର୍ତ୍ତମାନ ଦେଶରେ ଆକ୍ଟିଭ ମାମଲା ୨୫ ହଜାର ୫୮୭ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆକଳନ ଅନୁସାରେ, ବୁଧବାରର ମାମଲା ଅପେକ୍ଷା ଏହା ୨୦ ପ୍ରତିଶତ ଅଧିକ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍