ପୁଣି ଲମତାପୁଟ ପୋଲିସ୍ କୁ ବଡ଼ ସଫଳତା । କମାଣ୍ଡର ଜିପ୍ରୁ ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଜଲାପୁଟରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡିବସିଲା ଲମତାପୁଟ ପୋଲିସ । ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲସ ସିଲେଇ ପୁଟ ନିକଟରେ ନାକା ବନ୍ଦୀ କରି ଜଗିରହିଥିଲା । କମାଣ୍ଡର ଗାଡିଟି ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲେ । ପୋଲିସକୁ ଦେଖି ଗାଡି ବ୍ୟାରିକେଟ ଭାଙ୍ଗି ଚାଲି ଯାଇଥିଲା । ପୋଲିସ ପିଛା କରିବା ଦେଖି କିଛି ବାଟ ଯିବା ପରେ ଗାଡି ଛାଡ଼ି ଡ୍ରାଇଭର ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ । ଗାଡି ଯାଞ୍ଚ କରିବାରୁ ସେଥିରୁ ୧୦ଟି ଗଞ୍ଜେଇ ବସ୍ତା ବାହାର କରିଥିଲା ପୋଲିସ । ୧୦ଟି ବସ୍ତାରେ ପ୍ରାୟ ୩ କୁଇଣ୍ଟାଲ ଗଂଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୩୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା