ବାହାନଗା ରେଳ ଦୁର୍ଘଟଣାରେ ୨୬୧ ଜଣ ଯାତ୍ରୀଙ୍କର ଜୀବନ ଯାଇଛି । ୯୦୦ରୁ ଅଧିକ ଲୋକ ଆହତ ହୋଇ ଏବେ ଚିକିତ୍ସିତ ହୋଇଛନ୍ତି । ହେଲେ ଏବେ ଭାରତୀୟ ରେଳ ବିଭାଗର ପ୍ରବକ୍ତା ଅମିତାଭ ଶର୍ମାଙ୍କ ବୟାନ ରାଜନୀତିକୁ ସରଗରମ କରିଛି । ଅମିତାଭ ଶର୍ମା କହିଛନ୍ତି କି ଯଦି ଏହି ରେଳ ଲାଇନରେ କବଚ ଉପଲବ୍ଧ ଥାନ୍ତା ତେବେ ଦୁର୍ଘଟଣା ହୋଇ ନଥାନ୍ତା । ତାଙ୍କ ବୟାନରେ ଏବେ କବଚକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କହିରଖୁ କି, ରେଳ ମନ୍ତ୍ରଣାଳୟ ଗତବର୍ଷ କବଚ ଟେକ୍ନୋଲୋଜୀର ଟେଷ୍ଟିଂ କରିଥିଲା । ଏହାକୁ ନେଇ ରେଳମନ୍ତ୍ରୀ ଅନେକ ପ୍ରଚାର ମଧ୍ୟ କରିଥିଲେ । ସେହି ସମୟରେ ରେଳ ବିଭାଗ ଓ ରେଳ ମନ୍ତ୍ରୀ ଉଭୟ ଦାବି କରିଥିଲେ କି ଏହି ଟେକ୍ନୋଲୋଜୀ ସହାୟତାରେ ବିନା ଦୁର୍ଘଟଣାରେ ସମସ୍ତ ଟ୍ରେନ ନିଜର ଲକ୍ଷ୍ୟସ୍ଥଳରେ ପହଂଚିପାରିବ । ଏହି ଟେକ୍ନୋଲୋଜୀ ମାଧ୍ୟମରେ ଯଦି କୌଣସି ଟ୍ରେନ ବିନା ଅନୁମତିରେ ସିଗନାଲ କ୍ରସ କରେ ତେବେ ଟ୍ରେନଟି ସ୍ୱତଃପ୍ରବୁତ ଭାବେ ଅଟକି ଯିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା