The Topmost

“The eyes believe themselves, the ears believe other people.”

କପି ରୋକିବାକୁ ନୂଆ ଫର୍ମୂଲା

ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ୍‌‌ ପରୀକ୍ଷା । ଏହି ପରୀକ୍ଷାକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି । ଏହି କ୍ରମରେ କପି ରୋକିବାକୁ ନୂଆ ଫର୍ମୂଲା ଆପଣାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଏଣିକି ପରୀକ୍ଷା ପାଇଁ ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ । ଅର୍ଥାତ୍‌‌ ସକାଳ ୯ଟାରେ ପରୀକ୍ଷା ଥିବା ବେଳେ ସାଢ଼େ ୭ଟାରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ ଛଡ଼ାଯିବ । ୮ଟା ୧୫ମିନିଟ୍‌‌ ପରେ ଆଉ କାହାକୁ ପରୀକ୍ଷା ହଲ୍‌‌କୁ ପ୍ରବେଶ ଅନୁମତି ମିଳିବ ନାହିଁ । କେବଳ ସେତିକି ନୁହେଁ, ଏଥର ପ୍ରଥମଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ହେବେ ପର୍ଯ୍ୟବେକ୍ଷକ । ପ୍ରଶ୍ନପତ୍ର ଆସିବାଠାରୁ ପରୀକ୍ଷା ଶେଷ ହୋଇ ଉତ୍ତରଖାତା ଯିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ପର୍ଯ୍ୟବେକ୍ଷକ ତଦାରଖ କରିବେ । ଏହି ଦାୟିତ୍ୱ ବିଇଓ, ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦିଆଯିବ । ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌‌ ଫୋନ୍‌‌ ନେଇପାରିବେ ନାହିଁ ।