କଂସଙ୍କ ଅଟ୍ଟହାସ୍ୟରେ ଉଠିବ ପଡିବ ମଞ୍ଚ । ଆସନ୍ତା ଡିସେମ୍ବର ୨୭ରୁ ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ କମ୍ପିବ ବରଗଡ଼ । ଏଥିପାଇଁ ଏବେଠୁ ଲୋକଙ୍କ ମନରେ ଉତ୍ସାହ । ଧନୁଯାତ୍ରାରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ପାଇଁ ଆଜି ଫର୍ମ ପୂରଣ ହୋଇଛି । ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ପାଇଁ ଲାଗିଛି କଳାକାରଙ୍କ ଭିଡ଼ । ମହାରାଜ କଂସ ଭୂମିକାରେ ଅଭିନୟ ପାଇଁ 13 ଜଣ ଆବେଦନ କରିଥିବା ବେଳେ ପୂର୍ବତନ କଂସ ହୃଷୀକେଶ ଭୋଇ, ଗୋପାଳ ସାହୁ ବି ଫର୍ମ ଦାଖଲ କରିଛନ୍ତି । ଏହି ଦୁଇ ଜଣଙ୍କୁ ବାଦ ଦେଲେ କଂସ ଭୂମିକାରେ ଅଭିନୟ କରିବା ପାଇଁ ଭୁବନେଶ୍ବର ପ୍ରଧାନ ଫର୍ମ ଦାଖଲ କରିବେ ବୋଲି ଜଣାପଡିଛି । ସେପଟେ ମହାମନ୍ତ୍ରୀ ପାଇଁ ୩ ଜଣ, ମହାମନ୍ତ୍ରୀ ସାତ୍ୟକୀ ପାଇଁ ୪ ଜଣ, ଚାଣୁର ପାଇଁ ୫ ଜଣ, ମୁଷ୍ଟିକ ପାଇ ୨ ଜଣ, ଅକ୍ରୁର ପାଇଁ ୪ଜଣ, ଉଗ୍ରସେନ ପାଇଁ ୨ ଜଣ, ବସୁଦେବ ଚରିତ୍ର ପାଇଁ ୩ ଜଣ, ନାରଦ ଚରିତ୍ର ପାଇଁ ୪ ଜଣ ଫର୍ମ ଦାଖଲ କରିଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା