The Topmost

“The eyes believe themselves, the ears believe other people.”

କଂଗ୍ରେସ ବିଜୟ ପରେ ସିଏମ୍ ସସପେନ୍ସ

କର୍ଣ୍ଣାଟକରେ କିଏ ହେବେ ମୁଖ୍ୟମନ୍ତ୍ରୀ? ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ସବୁଠାରୁ ଏହି ପ୍ରଶ୍ନ ଉଠିବାରେ ଲାଗିଛି । କଂଗ୍ରେସ ନିର୍ବାଚନ ପୂର୍ବରୁ ଦଳର ଚେହେରା କାହାକୁ କରାଯିବ ସେନେଇ କୌଣସି ଘୋଷଣା କରିନଥିଲା । ଦେବେ ଦଳର ବିଜୟ ପରେ ସିଏମ ଚେହେରାକୁ ନେଇ ସସପେନ୍ସ ଜାରିରହିଛି । ଶୁଣିବାକୁ ମିଳୁଛି ଯେ ବିଧାୟକ ଦଳ ବୈଠକ ପରେ କଂଗ୍ରେସର ବିଜୟୀ ପ୍ରତ୍ୟାଶୀ ପ୍ରସ୍ତାବ ପାରିତ କରି ଶୀର୍ଷ ନେତୃତ୍ୱଙ୍କ ଉପରେ ନିଷ୍ପତ୍ତି ଛାଡିବେ । ଦଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧରମୟା ଏବଂ ଡିକେ ଶିବକୁମାର ପ୍ରବଳ ଦାବିଦାର ରହିଛନ୍ତି । ଡିକେ ଶିବକୁମାର ଦଳର ପ୍ରଦେଶ ଅଧ୍ୟକ୍ଷ ଥିବା ବେଳେ ସିଦ୍ଧରମୟା ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଦଳର ବଡ ନେତା । କଂଗ୍ରେସ ପାଇଁ ଉଭୟଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ବାଛିବା ଏକ ପ୍ରକାର କାଠିକର ପାଠ ।