The Topmost

“The eyes believe themselves, the ears believe other people.”

କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଖଡଗେ

କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ମଲିକାର୍ଜୁନ ଖଡଗେ । ପ୍ରାୟ ୨୪ବର୍ଷ ପରେ  ଅଣଗାନ୍ଧୀଙ୍କ ହାତକୁ ଆସିଛି ଦଳର ଗୁରୁତ୍ୱପୂର୍ଣ୍ଣ ଅଧ୍ୟକ୍ଷ ଦାୟିତ୍ୱ । ଆଜି ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଯେଉଁଠି । ଖଡ଼ଗେ କଂଗ୍ରେସର ଅଧ୍ୟକ୍ଷ ଭାବେ ଔପଚାରିକାତା ସହ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୋନିଆ ଗାନ୍ଧୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା କାର୍ଯକ୍ରମରେ ଉପସ୍ଥିତ ରହିଥିଲେ । ଦଳର ଏହି ଗୁରୁଦାୟିତ୍ୱ ଖଡ଼ଗେଙ୍କ ହାତକୁ ଦେବା ପରେ ସୋନିଆ ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସୋନିଆ କହିଛନ୍ତି, ବର୍ତମାନ ଖଡ଼ଗେଙ୍କୁ ଦଳର ଅଧ୍ୟକ୍ଷ ଦାୟିତ୍ୱ ଦେବା ପରେ ସେ ଆଶ୍ୱସ୍ତି ଲାଭ କରୁଛନ୍ତି । ସୋନିଆ ଏକଥା ମଧ୍ୟ କହିଛନ୍ତି କି ଦଳ ଏବେ ଯେଉଁ କଠିନ ସ୍ଥିତି ଦେଇ ଗତି କରୁଛି ତାର ସମାଧାନ ଦଳକୁ ଏକାଠି ମିଶି ବାହାର କରିବାକୁ ହେବ । ଖଡ଼ଗେଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଦଳ ସମସ୍ତ ଆହ୍ୱାନର ସଫଳତାର ସହ ସାମ୍ନା କରିବ ବୋଲି ଆଜିର କାର୍ଯ୍ୟକ୍ରମରେ ଆଶା ବ୍ୟକ୍ତ କରିଛନ୍ତି ସୋନିଆ । ଏଥିସହ ସମସ୍ତ ସହଯୋଗ ଏବଂ ସମର୍ଥନ ପାଇଁ ଦଳର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।