ଓଡିଶା ଗସ୍ତରେ ଆସିପାରନ୍ତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡିଶା ଗସ୍ତରେ ଆସିବେ । ଓଡିଶା ଆସିବାକୁ ନିମନ୍ତ୍ରଣ କରିଛି ରାଜ୍ୟ କଂଗ୍ରେସ । ୫ଟି ରାଜ୍ୟରେ ନିର୍ବାଚନ ଶେଷ ପରେ ଓଡିଶା ଆସିବେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଚେଲ୍ଲା କୁମାର ସେ କହିଛନ୍ତି, ଆମେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଛୁ ଓଡ଼ିଶା ଆସିବା ପାଇଁ । ସେଥିପାଇଁ ଆମେ ପ୍ରାଥମିକ ଭାବରେ ଗ୍ରାଉଣ୍ଡ ପ୍ରସ୍ତୁତ କରୁଛୁ । ଆମେ ବୁଥ ସ୍ତରରେ ପ୍ରସ୍ତୁତ ହେଉଛୁ, ଖୁବ୍ ଶୀଘ୍ର ପ୍ରସ୍ତୁତି ସରିଯିବ । ଏହି ମାସରେ ବୁଥ କମିଟି ଗଢ଼ିବା ଶେଷ ହେଇଯିବ । ତାପରେ ସମସ୍ତ ନେତୃବୃନ୍ଦ ଓଡ଼ିଶା ଆସିବେ । ଆମେ ଓଡ଼ିଶାର ଚାରିଟି ପ୍ରାନ୍ତରେ ବଡ ରାଳି ପାଇଁ ଯୋଜନା କରୁଛୁ । ଏବେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଚାଲିଛି ତାପରେ ସେମାନେ ଆସିବେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା