ଓଡ଼ିଶା ଲଗାତାର ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରି ନୂଆ ରେକର୍ଡ କରିଛି । ଏହି ଗୌରବମୟ ଅଧ୍ୟାୟରେ ଆଉ ଏକ ଗୌରବ ଯୋଡିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ଓଡ଼ିଆ ପୁଅଙ୍କ କମ୍ପୋଜିସନରେ ଝୁମିବ ବିଶ୍ବ, କମ୍ପିବ ବାରବାଟୀ । ଆସନ୍ତା ୧୧ତାରିଖରେ କଟକରେ ଆୟୋଜିତ ହେବ ହକି ବିଶ୍ବକପ ଉଦଘାଟନୀ ଉତ୍ସବ । ଏଥିପାଇଁ ହକି ଆନ୍ଥେମର କମ୍ପୋଜିସନ ପ୍ରସ୍ତୁତ କରିଛନ୍ତି ଓଡିଶାର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ଫେଡେରେସନ ଅଫ ଇଣ୍ଡିଆନ ହକି ପ୍ରସ୍ତୁତ ସଂଗୀତରେ ସ୍ବର ସଂଯୋଜନା କରି ଗୌରବ ଆଣିଛନ୍ତି ପ୍ରେମାନନ୍ଦ । ଗୀତଟିକୁ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ସୁଖବିନ୍ଦର ସିଂ ଗାଇଥିବା ବେଳେ ଏହାର ରଚନା କରିଛନ୍ତି ସମୀର ପ୍ରେମାନନ୍ଦ । ମୁମ୍ବାଇରେ ଗୀତଟିର ରେକଡିଂ ସହିତ ଭିଡ଼ିଓ ସୁଟିଂ ହୋଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା