ଏଣିକି ଓଡ଼ିଆରେ ବିଦ୍ୟୁତ୍ ବିଲ୍ ପାଇବେ ଉପଭୋକ୍ତା । ଏଭଳି ଏକ ପଦକ୍ଷେପ ନେଇଛି TPCODL ନୟାଗଡ଼ ବିଦ୍ୟୁତ୍ ଡିଭିଜନ l ଏହି ଜିଲ୍ଲାର ଉପଭୋକ୍ତାଙ୍କୁ ଓଡ଼ିଆ ଭାଷାରେ ବିଲ୍ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଆସନ୍ତା ମାସରୁ ଜିଲ୍ଲାର ସମସ୍ତ ଗ୍ରାହକଙ୍କୁ ଏହି ସୁବିଧା ମିଳିବ ବୋଲି TPCODL ପକ୍ଷରୁ କୁହାଯାଇଛି । କିଛି ମାସ ପୂର୍ବେ ନୟାଗଡ଼ ବିଦ୍ୟୁତ ଡିଭିଜନରେ ଓଡିଆରେ ବିଲ୍ ପ୍ରଦାନ କରାଯାଇଥିଲା। ମାତ୍ର କିଛି ଅସୁବିଧା କାରଣରୁ ତାହାକୁ ବନ୍ଦ କରାଯାଇଥିଲା। ହେଲେ ପୁଣି ଥରେ ନୟାଗଡ଼ ବିଦ୍ୟୁତ ଡିଭିଜନ ପକ୍ଷରୁ ଗ୍ରାହକଙ୍କୁ ଓଡିଆରେ ବିଲ୍ ପ୍ରଦାନ କରାଯିବ । ଫଳରେ ଗ୍ରାମାଞ୍ଚଳର ଗ୍ରାହକମାନେ ସଠିକ ଭାବେ ତାହା ବୁଝିପାରିବେ ବୋଲି ଆଶା କରାଯାଇଛି l
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି