ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଶରନ୍ ସିଂହ । ଏ ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ୍ ସୁପାରିସ କରିଛି । ପାଟନା ହାଇକୋର୍ଟ ଜଜ୍ ଅଛନ୍ତି ଜଷ୍ଟିସ୍ ଚକ୍ରଧାରୀ ଶରନ୍ ସିଂହ । ତାଙ୍କୁ ପଦୋନ୍ନତି ଦେବା ପାଇଁ ସୁପାରିସ୍ କରାଯାଇଛି । ସୁପ୍ରିମକୋର୍ଟ ୱେବସାଇଟରେ ଏହା ପ୍ରକାଶ ପାଇଛି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ୍ ସିଂହ ଉପଯୁକ୍ତ ବୋଲି କଲେଜିୟମ୍ ପକ୍ଷରୁ କୁହାଯାଇଛି । ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କ ଅବସର ପରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ଖାଲି ପଡ଼ିଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି କରିବା ପରେ ୧୯୯୦ ମସିହାରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଜଷ୍ଟିସ୍ ସିଂହ । ୨୦୧୦ରେ ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଭାବେ ତାଙ୍କୁ ନିଯୁକ୍ତ କରିଥିଲେ ବିହାର ସରକାର । ୨୦୧୨ରେ ପାଟନା ହାଇକୋର୍ଟର ଅତିରିକ୍ତ ଜଜ୍ ଭାବେ ତାଙ୍କର ନିଯୁକ୍ତି ଦିଆଯାଇଥିଲା ।
More Stories
ମଣ୍ଡିରୁ ଧାନଉଠା ବିଳମ୍ବରେ କାରଣ ଦର୍ଶାଅ ନୋଟିସ୍
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ