The Topmost

“The eyes believe themselves, the ears believe other people.”

‘ଓଏମଜି-୨’ର ଟ୍ରେଲର ରିଲିଜ୍ ଅଟକାଇଲେ ଅକ୍ଷୟ !

ବଲିଉଡ୍‌ର ବିଶିଷ୍ଟ ଆର୍ଟ ଡାଇରେକ୍ଟର ନିତିନ ଦେଶାଇଙ୍କୁ ସକାଳେ ତାଙ୍କ ‘ଏନ୍‌.ଡି. ଷ୍ଟୁଡିଓ’ରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କର ହଠାତ୍ ଏଭଳି ମୃତ୍ୟୁ ହେବା ବଲିଉଡ ଇଣ୍ଡଷ୍ଟ୍ରିକୁ ଶକ୍ତ ଧକ୍କା ଦେଇଥିବା ବେଳେ ଅଭିନେତା ଅକ୍ଷୟ କୁମାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଜି ତାଙ୍କର ଆଗାମୀ ଫିଲ୍ମ ‘ଓଏମଜି-୨’ର ଟ୍ରେଲର ରିଲିଜ୍ ହେବ ବୋଲି ଧାର୍ଯ୍ୟ କରାଯାଇଥିବା ବେଳେ ନିତିନଙ୍କ ମୃତ୍ୟୁ ଖବର ପାଇ ଅକ୍ଷୟ ଟ୍ରେଲର ରିଲିଜକୁ ଘୁଞ୍ଚାଇଛନ୍ତି । ଅଭିନେତା ଟ୍ବିଟ କରି ଏହି ଖବର ନିଜ ପ୍ରଶଂସକଙ୍କୁ ଦେଇଥିବା ଦେଖାଯାଇଛି । ସେ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ନିତିନ ଦେଶାଇଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇ ମୁଁ ଦୁଃଖିତ । ସେ ପ୍ରଡକ୍ସନ ଡିଜାଇନର ଜଣେ କିମ୍ବଦନ୍ତୀ ଏବଂ ଆମ ସିନେମା ଜଗତର ଏକ ବଡ଼ ଅଂଶ ଥିଲେ । ସେ ମୋର ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । ଏହା ଏକ ବଡ କ୍ଷତି । ତାଙ୍କ ସମ୍ମାନାର୍ଥେ ଆମେ ଆଜି ‘ଓଏମଜି-୨’ର ଟ୍ରେଲର ରିଲିଜ୍ କରୁନାହୁଁ । ଆସନ୍ତାକାଲି ସକାଳ ୧୧ଟାରେ ଆମେ ଏହାକୁ ରିଲିଜ୍ କରିବୁ । ‘ଓମ୍ ଶାନ୍ତି’।