ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ-୨ ଶୌଚାଳୟ ଭିତରୁ ୪ଟି ସୁନା ବିସ୍କୁଟ୍ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। କଷ୍ଟମ୍ ଅଧିକାରୀମାନେ ଏହି ସୁନା ବିସ୍କୁଟ୍ ଜବତ କରିଛନ୍ତି। ଏହାକୁ ଜବତ ପରେ ସିଲ କରାଯାଇଛି। ଅନ୍ତର୍ଜାତିକ ଉଡ଼ାଣ ପାଇଁ ବ୍ୟବହାର କରାଯାଉଥିବା ଗୋଟାଏ ବିମାନକୁ ଅଚାନକ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ କଷ୍ଟମ୍ ଅଧିକାରୀମାନେ ୱାସ୍ରୁମ୍ରେ ଲାଗିଥିବା ‘ସିଙ୍କ୍’ ତଳେ ଅଠାପଟିରେ ଲଗାଯାଇଥିବା ଗୋଟାଏ ଧୂସର ପାଉଚ୍ ପାଇଥିଲେ। ସେଥିରୁ ପ୍ରାୟ ୩୯୬୯ ଗ୍ରାମ୍ ଓଜନର ୪ଟି ଆୟତାକାର ସୁନା ବିସ୍କୁଟ୍ ଉଦ୍ଧାର କରାଯାଇଛି।
More Stories
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ