The Topmost

“The eyes believe themselves, the ears believe other people.”

ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା

ଟିମ୍ ଇଣ୍ଡିଆର ନୂଆ କ୍ୟାପଟେନ୍ ହେଲେ ଋତୁରାଜ ଗାଏକ୍ୱାଡ୍ । ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ମାରିଲେ ଆଇପିଏଲ ଷ୍ଟାର ରିଙ୍କୁ ସିଂ । ୧୯ ତମ ଏସିଆନ୍ ଗେମ୍ସ ପାଇଁ ବିସିସିଆଇ ଦଳ ଘୋଷଣା କରିଥିବାବେଳେ, ଯୁବ ଓପନର ଋତୁରାଜ ଗାଏକ୍ୱାଡ ହୋଇଛନ୍ତି ଦଳର ଅଧିନାୟକ । ଅନ୍ୟପଟେ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ରିଙ୍କୁ ସିଂ, ପ୍ରଭାସିମରନ୍ ସିଂହ ଏବଂ ଜିତେଶ ଶର୍ମାଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି । ଖାଲି ସେତିକି ନୁହେଁ, ଏହି ଖେଳାଳିଙ୍କ ବ୍ୟତୀତ ତିଲକ୍ ବର୍ମାଙ୍କୁ ଏସିଆନ୍ ଗେମ୍ସ ପାଇଁ ଦଳରେ ସୁଯୋଗ ମିଳିଛି । ଆସନ୍ତା ସେପ୍ଟେମ୍ବର ମାସରେ ଏସିଆନ୍ ଗେମ୍ସ ଖେଳାଯିବାକୁ ଅଛି । ପ୍ରଥମ ଥର ପାଇଁ ଭାରତ ନିଜର ଟିମକୁ ଏହି ପ୍ରତିଯୋଗିତାକୁ ପଠାଇବ । ତେବେ ଏଥିପାଇଁ ଶିଖର ଧାୱନ୍ ଦଳର କ୍ୟାପଟେନ୍ ରହିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସେ ସବୁ ଚର୍ଚ୍ଚାକୁ ପଛରେ ପକାଇ ଚୟନକର୍ତ୍ତାମାନେ ଋତୁରାଜଙ୍କୁ ଦଳର ନୂଆ କମାଣ ଦେଇଛନ୍ତି ।