ଦିଲ୍ଲୀରେ ଅନୁଷ୍ଠିତ ଏସସିଓର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସ୍ବର ଉଠାଇଲେ ପ୍ରତିରକ୍ଷା ମନ୍ତ୍ରୀ । ରାଜନାଥ ସିଂହ ପାକିସ୍ତାନର ଆତଙ୍କବାଦ ବିରୋଧୀ ନୀତି ଉପରେ ଖୋଲାଖୋଲି ପ୍ରଶ୍ନ ଉଠାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ସିଧାସଳଖ ପାକିସ୍ତାନର ନାମ ନନେଇ ତାଙ୍କ ଅଭିଭାଷଣରେ ସ୍ପଷ୍ଟ କରିଛନ୍ତି ଯେ ଆତଙ୍କବାଦର ମୂଳୋତ୍ପାଟନ ଏବଂ ଏହାର ସମର୍ଥକମାନଙ୍କୁ ଉତ୍ତରଦାୟୀ କରିବାର ଆବଶ୍ୟକତା ରହିଛି। ଏହି ବୈଠକରେ ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ସ୍ବାଭାବିକଭାବେ ଅନୁପସ୍ଥିତ ଥିଲେ । ଏହି ବୈଠକରେ ସମସ୍ତ ଚୀନ୍, ରୁଷିଆ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେଇଥିବା ବେଳେ କେବଳ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଅନୁପସ୍ଥିତ ଥିଲେ। ତାଙ୍କ ସ୍ଥାନରେ ପ୍ରତିରକ୍ଷା ଉପରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ମଲିକ ଅହମ୍ମଦ ଖାନ୍ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଅଭିଭାଷଣରେ ସ୍ପଷ୍ଟ ଭାବେ କହିଥିଲେ ଯେ ଆତଙ୍କବାଦର ସାମୂହିକ ମୂଳୋତ୍ପାଟନ ଏବଂ ଏହାର ସମର୍ଥକଙ୍କ ଉପରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି। ଏହାବ୍ୟତୀତ ଭାରତ ଜାତିସଂଘ ଚାର୍ଟର ବ୍ୟବସ୍ଥା ଆଧାରରେ ଶାନ୍ତି ଓ ନିରାପତ୍ତା ବଜାୟ ରଖିବାରେ ବିଶ୍ୱାସ କରେ। ରାଜନାଥ ସିଂହ ମଧ୍ୟ ପାକିସ୍ତାନକୁ ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ରାଷ୍ଟ୍ର ଆତଙ୍କବାଦୀଙ୍କୁ ଆଶ୍ରୟ ଦିଏ ତେବେ ଏହା କେବଳ ଅନ୍ୟମାନଙ୍କ ପାଇଁ ନୁହେଁ ବରଂ ନିଜ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଥାଏ ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ