ଏଫଆଇଏଚ୍ ମହିଳା ହକି ବିଶ୍ବକପ ପାଇଁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା । ଜୁଲାଇ ୧ରୁ ନେଦରଲାଣ୍ଡ ଓ ସ୍ପେନରେ ଆୟୋଜିତ ହେବ ମହିଳା ହକି ବିଶ୍ୱକପ୍ । ଜୁଲାଇ ୧ରୁ ଆରମ୍ଭ ହୋଇ ଜୁଲାଇ ୧୭ ପର୍ଯ୍ୟନ୍ତ ଚାଲିବ ଏହି ମେଗା ଟୁର୍ଣ୍ଣାମେଣ୍ଟ । ଏହି ମେଗା ଇଭେଣ୍ଟରେ ଇଂଲଣ୍ଡ, ଚୀନ, ନ୍ୟୁଜିଲାଣ୍ଡ ସହ ପୁଲ ବି’ରେ ଭାରତ ସ୍ଥାନ ପାଇଛି । ଜୁଲାଇ ୩ରେ ଇଂଲଣ୍ଡ ବିପକ୍ଷରେ ଭାରତ ତା’ର ଅଭିଯାନ ଆରମ୍ଭ କରିବ । ଷ୍ଟାର୍ ଗୋଲକିପର ସବିତା ପୁନିଆଙ୍କ ନେତୃତ୍ୱରେ ହକି ବିଶ୍ୱକପ ଖେଳିବ ଟିମ୍ ଇଣ୍ଡିଆ । ସବିତା ପୁନିଆଙ୍କୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇ ଥିବାବେଳେ ଓଡ଼ିଶାର ସିନିୟର ଖେଳାଳି ଦୀପଗ୍ରେସ ଏକ୍କା ଉପ ଅଧିନାୟିକା ଭାବେ ସ୍ଥାନ ପାଇଛନ୍ତି ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଏହି ସବୁ ସମସ୍ୟା ଥିଲେ ଖାଆନ୍ତୁ ନାହିଁ ଆମ୍ବ
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା