ଏପ୍ରିଲ ୧୪ ତାରିଖରେ ଜ୍ଞାନବାପୀ ମସଜିଦ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ମସଜିଦ ପରିସରରେ ବୁଜୁ ବନ୍ଦ ହୋଇଯାଇଥିବାରୁ ଏହି ପ୍ରକ୍ରିୟା ପାଇଁ ପୁନଃ ଅନୁମତି ଦେବାକୁ ମୁସଲିମ ପକ୍ଷ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ମୁସଲିମ୍ ପକ୍ଷଙ୍କୁ ଉକ୍ତ ପ୍ରସଙ୍ଗରେ ଆଉ ଏକ ଆବେଦନ ଦାଖଲ କରିବାପାଇଁ କହିଛନ୍ତି । ଆସନ୍ତା ଏପ୍ରିଲ ୧୪ ତାରିଖରେ ଏହି ମାମଲାର ଶୁଣାଣି ହେବ । ସୁପ୍ରିମକୋର୍ଟ ଉକ୍ତ ପ୍ରସଙ୍ଗକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିଥିବା ବେଳେ ବରିଷ୍ଠ ଓକିଲ ହୁଜେଫା ଅହମଦି କହିଛନ୍ତି, ଏହା ହେଉଛି ରମଜାନ ମାସ ଏବଂ ଧାର୍ମିକ ପ୍ରକ୍ରିୟାଗୁଡ଼ିକର ପାଳନ ପାଇଁ ଗୁରୁତ୍ବ ଦିଆଯାଉଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ