ଫେଲ୍ ମାରିଲା ଜମ୍ମୁକାଶ୍ମୀର ଉରି ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ । ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ । ଭାରତୀୟ ସୀମାରେ ପ୍ରବେଶ କରୁଥିବା ବେଳେ ଧରିଥିଲା ଭାରତୀୟ ସେନାର ସର୍ଭିଲାନ୍ସ ସିଷ୍ଟମ । ପାକିସ୍ତାନ ୩ ଆତଙ୍କବାଦୀଙ୍କ ଅନୁପ୍ରବେଶର ଭିଡିଓ ଫୁଟେଜ ସାର୍ବଜନୀନ କରିଛି ଭାରତୀୟ ସେନା । ସେନାର ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ସଭିଲାନ୍ସ ଗେଜେଟ୍ ଦ୍ୱାରା ୩ ଆତଙ୍କବାଦୀଙ୍କର ଅନୁପ୍ରବେଶ ଉଦ୍ୟମ ଧରାପଡ଼ିଥିଲା । ଏହା ପରେ ତୁରନ୍ତ ଆକ୍ସନ ନେଇଥିଲା ସେନା । ପାକିସ୍ତାନ କିଭଳି ଭାରତୀୟ ସୀମାରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛି ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ଅନ୍ୟପଟେ ଗତ ୨୧ ତାରିଖରେ ଅନୁପ୍ରବେଶ ବେଳେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଧରିଥିଲା ଭାରତୀୟ ସେନା ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ