ଏଥର ଜମିବ ବାଲିଯାତ୍ରା । ବାଲିଯାତ୍ରାରେ ମିଳିବ ବ୍ୟାଙ୍କକର ମଜ୍ଜା । ପ୍ରଥମ ଥର ପାଇଁ ବାଲିଯାତ୍ରାକୁ ଆସୁଛି ଅଣ୍ଡର ୱାଟର ଟର୍ନେଲ ଆକ୍ୱାରିୟମ । ୨୫୦ ଫୁଟ ଲମ୍ବ ଏବଂ ୬୦ ଫୁଟ ଚଉଡ଼ା ଏହି ଆକ୍ୱାରିୟମରେ ମଜା ଉଠାଇପାରିବେ ଲୋକେ । ଆକ୍ୱାରିୟମରେ ସାର୍କ, ତିମି, ଅକ୍ଟୋପସ୍ ୫ ହଜାର ପ୍ରକାରର ମାଛ ଦେଖିପାରିବେ ଦର୍ଶକ । ସମୁଦ୍ର ଭିତରେ ଚାଲିଚାଲି ଯିବା ଭଳି ଅନୁଭବ କରିପାରିବେ ଦର୍ଶକ । ଚାରିପଟେ ପାଣି ସହ ପାଣି ଭିତରେ ବିଭନ୍ନ ପ୍ରକାରର ମାଛ ଦେଖିବାକୁ ମିଳିବ । ୨୮ ଟି ଟ୍ରକରେ ତାମିଲନାଡରୁ ଆସିବ ଉପକରଣ । ଟିକେଟର ମୂଲ୍ୟ ୧୦୦ରୁ ୧୫୦ ରଖାଯାଇଛି । କିଣାବିକାର ବାଲିଯାତ୍ରାରେ ଏଥର ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ବୋଲି କୁହାଯାଉଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା