The Topmost

“The eyes believe themselves, the ears believe other people.”

MUSLIM MAN SERVE FOR HINDU TEMPLE IN KASHMIR

ଏଠାରେ ହାର ମାନିଛି ସାମ୍ପ୍ରଦାୟିକତା: ସମ୍ମାନ ଦିଅନ୍ତି ଅନ୍ୟର ଧର୍ମକୁ

ଅନେକ ସମୟରେ ଲୋକମାନେ ଧର୍ମ, ଜାତି, ବର୍ଣ୍ଣ ନିର୍ବିଶେଷରେ ବିଭିନ୍ନ କାର୍ଯ୍ୟ କରିଥାଆନ୍ତି । ଏହି କାର୍ଯ୍ୟରୁ ସେମାନଙ୍କର ଧର୍ମ ବିଷୟରେ କୌଣସି ସୂଚନା ମିଳିନଥାଏ । ସେହିଭଳି ଦୁଇଟି ଉଦାହରଣ ଦେଖିବାକୁ ମିଳିଛି ଭାରତରେ । କାଶ୍ମୀରର ଏକ ମନ୍ଦିରର ରକ୍ଷଣାବେକ୍ଷଣର ଦାୟିତ୍ୱ ନେଇଛନ୍ତି ଜଣେ ମୁସଲିମ୍‌ । ଉଭୟ ବାପା ଏବଂ ପୁଅ ଏହି ମନ୍ଦିରର ଦାୟିତ୍ୱ ପ୍ରାୟ ୬ ବର୍ଷ ଧରି ନେଉଛନ୍ତି । ସେମାନେ ଏଠାରେ ମନ୍ଦିର ପ୍ରାଙ୍ଗଣ ସଫା କରିବା ସହିତ, ବଗିଚାର ମଧ୍ୟ ଯତ୍ନ ନେଇଥାଆନ୍ତି । ଏହି ମନ୍ଦିରଟି ଭାଇଚାରାର ଅନନ୍ୟ ଉଦାହରଣ ବୋଲି ସ୍ଥାନୀୟ ବାସିନ୍ଦାଙ୍କର ବିଶ୍ୱାସ ରହିଛି । ତେଣୁ ଏଠାରେ ଉଭୟ ଅଲଗା ଧର୍ମର ହେଲେ ମଧ୍ୟ ତାଙ୍କୁ କାର୍ଯ୍ୟ କରିବାର ସୁଯୋଗ ମିଳିଛି । ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଲୋକମାନେ ଏହି ଅନନ୍ୟ ଭାଇଚାରାକୁ ବେଶ୍‌ ପସନ୍ଦ କରୁଛନ୍ତି ।

MUSLIM MAN SERVE FOR HINDU TEMPLE IN KASHMIR
MUSLIM MAN SERVE FOR HINDU TEMPLE IN KASHMIR @thetopmost-01


http://thetopmost.in/?p=976

http://thetopmost.in/?p=973

http://thetopmost.in/?p=969

MUSLIM GIRL DOCTORATE IN SANSKRIT
MUSLIM GIRL DOCTORATE IN SANSKRIT @thetopmost-01

http://thetopmost.in/?p=958

ସେହିଭଳି ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ । ଏଠିକାର ଜଣେ ମୁସଲିମ୍‌ ଛାତ୍ରୀ ଘଜଲ୍‌ ସଂସ୍କୃତରେ ପାଇଛନ୍ତି ମେଡାଲ୍‌ । କେବଳ ସଂସ୍କୃତ ନୁହେଁ ଅନ୍ୟ ଚାରୋଟି ଭାଷା ଇଂରାଜୀ, ହିନ୍ଦି, ଊର୍ଦୁ, ଆରବିକ୍‌ ପାଇଁ ମଧ୍ୟ ତାଙ୍କୁ ମେଡାଲ ମିଳିଛି । ତେବେ ସଂସ୍କୃତରେ ମେଡାଲ ସମସ୍ତଙ୍କୁ ଚକିତ କରିଛି । ପାଠ ପଢିବା ପାଇଁ ସେ ଅନେକ ସଂଘର୍ଷ କରିଛନ୍ତି । ପିଲାଦିନୁ ବିଭିନ୍ନ ଅସୁବିଧା ମଧ୍ୟରେ ସେ ନିଜର ପାଠ ପଢା ଜାରି ରଖିଥିଲେ, ଯାହା ତାଙ୍କୁ ଆଜି ସଫଳତା ଦେଇଛି । ସେ ଦିନକୁ ପ୍ରାୟ ସାତ ଘଣ୍ଟା ସଂସ୍କୃତ ପଢନ୍ତି । ଭବିଷ୍ୟତରେ ସଂସ୍କୃତ ଅଧ୍ୟାପକ ହେବା ପାଇଁ ଇଚ୍ଛା ରଖିଛନ୍ତି । ମୁସଲିମ ଝିଅ ହେଇ ମଧ୍ୟ ତାଙ୍କର ସଂସ୍କୃତ ପାଇଁ ରହିଛି ଅନେକ ଦୁର୍ବଳତା । ସେହିଭଳି ସଂସ୍କୃତ ଶ୍ଲୋକ ଆବୃତ୍ତି କରିବାରେ ସେ ତାଙ୍କ ମହାବିଦ୍ୟାଳୟରେ ପରିଚିତ । ମହାବିଦ୍ୟାଳୟରେ ପାଳନ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଶ୍ଲୋକ ବୋଲିଥାଆନ୍ତି । ତାଙ୍କୁ ସଂସ୍କୃତ ଶ୍ଲୋକ ବୋଲିବାରେ ବେଶ ଆନନ୍ଦ ମିଳିଥାଏ ବୋଲି ସେ ପ୍ରକାଶ କରିଛନ୍ତି । ତାଙ୍କର ସଂସ୍କୃତ ପାଇଁ ଦୁର୍ବଳତା ପଞ୍ଚମ ଶ୍ରେଣୀରୁ ଆରମ୍ଭ ହୋଇଥିଲା । ତାଙ୍କ ଶିକ୍ଷକ ତାଙ୍କୁ ପଞ୍ଚମ ଶ୍ରେଣୀରୁ ସଂସ୍କୃତ ପଢାଇବା ଆରମ୍ଭ କରିଥିଲେ । ତାଙ୍କୁ ଏଥିରେ ତାଙ୍କ ପରିବାର ପୂର୍ଣ୍ଣମାତ୍ରାରେ ସହଯୋଗ କରିଥଲେ ।