ଭୁବନେଶ୍ୱର: ମାର୍ଚ୍ଚ ୧୫: ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆର ଛୁଟି ତାଲିକା ଅନୁସାରେ, ଚଳିତ ସପ୍ତାହରେ ହୋଲି ଯୋଗୁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ୧୭: ହୋଲିକା ଦହନ ଯୋଗୁ ଏଇ ଗୁରୁବାର ଦିନ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡରେ ଥିବା ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ। ମାର୍ଚ୍ଚ ୧୮: ହୋଲିକୁ ଭିନ୍ନ ଭିନ୍ନ ଭାବେ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଏ। ଶୁକ୍ରବାର ଦେଶର ବିଭିନ୍ନ ସ୍ଥାନରେ ଏହି ହୋଲି ପର୍ବ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ, ଓଡ଼ିଶା, ତାମିଲନାଡୁ, ମଣିପୁର, କେରଳ ଓ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ୧୯: ହୋଲିର ପରଦିନ ଅର୍ଥାତ୍ ଶନିବାର ଦିନ ଓଡ଼ିଶା, ମଣିପୁର ଓ ବିହାରରେ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ୨୦: ଏଇ ଦିନ ରବିବାର ଅର୍ଥାତ୍ ଛୁଟିଦିନ ଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ବନ୍ଦ ରହିଲେ ମଧ୍ୟ ବ୍ୟାଙ୍କ ସମ୍ବନ୍ଧିତ କାମ ସବୁ ଡିଜିଟାଲ୍ ମାଧ୍ୟମରେ ହୋଇପାରିବ। ମୋବାଇଲ୍ ବ୍ୟାଙ୍କିଙ୍ଗ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଭଳି ଡିଜିଟାଲ ସେବା ମାଧ୍ୟମରେ ଆପଣ ବ୍ୟାଙ୍କ ସମ୍ବନ୍ଧିତ କାମ ଅତି ସହଜରେ କରିପାରିବେ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ଆଗକୁ ଆସୁଛି ମେଗା ନିଯୁକ୍ତି ସୁଯୋଗ, ଏଚଏଲସିଏ ଦେଇଛି ୧.୫୧ ଲକ୍ଷ କୋଟି ଟଙ୍କାର ମଞ୍ଜୁର
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ