ଋଷ ଓ ୟୁକ୍ରେନ ଯୁଦ୍ଧକୁ ପୂରିଲା ବର୍ଷେ । ଗତବର୍ଷ ଆଜିର ଦିନରେ ଆରମ୍ଭ ହୋଇଥିଲା ଋଷ-ୟୁକ୍ରେନ ଯୁଦ୍ଧ । ରକ୍ତପାତକୁ ବର୍ଷେ ପୂରିଥିବା ବେଳ ସେଭଳି କିଛି ସଫଳତା ପାଇପାରିନି ଋଷ । ଯୁଦ୍ଧରେ ଉଭୟ ରାଷ୍ଟ୍ର ବ୍ୟାପକ କ୍ଷତି ସହିଛନ୍ତି । ବ୍ୟାପକ ଭିତ୍ତିଭୂମି ଭୁଷୁଡ଼ି ଯାଇଥିବା ବେଳେ ମିଲିଟାରୀ ବେସ୍ ଧ୍ବସ୍ତ ହୋଇଛି । ଦୁଇ ଦେଶର ହଜାର ହଜାର ସୈନ୍ୟ ପ୍ରାଣ ହରାଇଛନ୍ତି । ମିସାଇଲ ମାଡ଼ରେ ଧ୍ବଂସ ସ୍ତୁପରେ ପରିଣତ ହୋଇଛି ବଡ଼ ବଡ଼ କୋଠା । ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ, ଲକ୍ଷାଧିକ ଲୋକ ଶରଣାର୍ଥୀ ସାଜିଛନ୍ତି । ଜୀବନ ଜୀବିକା ସହ ବାସଗୃହ ହରାଇଛନ୍ତି ଲକ୍ଷାଧିକ ଲୋକ । ବୋମା ମାଡ଼ର ଶବ୍ଦ ଭିତରେ ଚାଲିଛି ଜୀବନ ଜୀବିକାର ସଂଘର୍ଷ । ଆମେରିକା ଓ ଅନ୍ୟ ରାଷ୍ଟ୍ର ୟୁକ୍ରେନକୁ ସହାୟତାର ହାତ ବଢ଼ାଇଛନ୍ତି । ହେଲେ ଜିଦରେ ଅଟକ ଋଷ ଯୁଦ୍ଧ ବନ୍ଦ କରିବାକୁ ନାରାଜ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ