The Topmost

“The eyes believe themselves, the ears believe other people.”

ଋଷକୁ ଜୋରଦାର ଟକ୍କର ଦେବ ୟୁକ୍ରେନ୍

ଏଣିକି ଶକ୍ତିଶାଳୀ ହେବ ୟୁକ୍ରେନ୍ । ଋଷକୁ ଦେବ ଜୋରଦାର ଟକ୍କର । ଆମେରିକାଠାରୁ ଅତ୍ୟାଧୁନିକ ପାଟ୍ରିଅଟ ଏୟାର ଡିଫେନ୍ସ ସିଷ୍ଟମ ପାଇବ ୟୁକ୍ରେନ । ତେବେ ଏହାର ପରିଚାଳନା ଲାଗି ୟୁକ୍ରେନୀୟ ସୈନ୍ୟଙ୍କୁ ତାଲିମ ଦେବ ଆମେରିକା । ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ ଏହି ଡିଫେନ୍ସ ସିଷ୍ଟମ ପରିଚାଳନା ଲାଗି ୟୁକ୍ରେନୀୟ ସୈନ୍ୟଙ୍କୁ ଆମେରିକାର ଓକଲାହୋମାରେ ପ୍ରଶିକ୍ଷଣ ଦିଆଯିବ । ଋଷ ବିରୋଧରେ ଲଢ଼ିବା ଲାଗି ୟୁକ୍ରେନକୁ ପାଟ୍ରିଅଟ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇବାକୁ ଗତବର୍ଷ ଘୋଷଣା କରିଥିଲା ଆମେରିକା । ଆସନ୍ତା ସପ୍ତାହରୁ ଓକଲାହୋମାସ୍ଥିତ ଫୋର୍ଟ ସିଲରେ ଏହି ପ୍ରଶିକ୍ଷଣ କାର୍ଯ୍ୟ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୯୦ରୁ ୧୦୦ ଜଣ ୟୁକ୍ରେନୀୟ ସୈନ୍ୟଙ୍କୁ ତାଲିମ ଦିଆଯିବ । ଥରେ ଏହା ମୁତୟନ ହେଲେ ଋଷର କ୍ଷେପଣାସ୍ତ୍ରଗୁଡ଼ିକୁ ସହଜରେ ଧ୍ବଂସ କରାଯାଇପାରିବ । ରେଥୟନ କମ୍ପାନି ଦ୍ବାରା ନିର୍ମିତ ଏମଆଇଏମ-୧୦୪ ପାଟ୍ରିଅଟ ଏୟାର ଡିଫେନ୍ସ ସିଷ୍ଟମ ହେଉଛି ଏକ ଭୂପୃଷ୍ଠରୁ ଆକାଶମାର୍ଗ ବର୍ଗର ଏକ କ୍ଷେପଣାସ୍ତ୍ରଭିତ୍ତିକ ସିଷ୍ଟମ । ଯାହାକି ଶତ୍ରୁ ରାଷ୍ଟ୍ରର ମିସାଇଲକୁ ସହଜରେ ନଷ୍ଟ କରିପାରିବ ।