The Topmost

“The eyes believe themselves, the ears believe other people.”

ଉପଦ୍ରବୀଙ୍କ ଗୁଳିରେ ଯବାନ ଆହତ

ମଣିପୁରରେ ପୁଣି ଉତ୍ତେଜନା । ଚିଙ୍ଗମାଙ୍ଗ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଆତଙ୍କରାଜ । ଲୋକଙ୍କ ଗୁଳିମାଡରେ ଆହତ ହୋଇଛନ୍ତି ଜଣେ ଯବାନ । କାନ୍ତୋ ସାବଲ ଅଞ୍ଚଳରୁ ଉତ୍ତ୍ୟକ୍ତ ଲୋକମାନେ ଚିଙ୍ଗମାଙ୍ଗ ଅଭିମୁଖେ ଯାଇ ଏହି ଗୁଳିକାଣ୍ଡ ଘଟାଇଛନ୍ତି । ଆହତ ଯବାନଙ୍କୁ ଏକ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ମଣିପୁରର ଖାମେନଲୋକ ଅଞ୍ଚଳର ଏକ ଗ୍ରାମରେ ଆତଙ୍କବାଦୀଙ୍କ ଗୁଳିମାଡରେ ୯ ଜଣ ପ୍ରାଣ ହରାଇ ଥିବାବେଳେ ଆହତ ହୋଇଛନ୍ତି ୧୦ ଜଣ । ଇମ୍ଫାଲ ଇଷ୍ଟରେ ଘଟିଥିବା ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି । ସେପଟେ ଖୁନସାଖୁଲ ଅଞ୍ଚଳରେ ସମ୍ଭାବ୍ୟ ହିଂସା ଆଶଙ୍କାରେ ନିରାପତ୍ତା କଡ଼ାକଡ଼ି କରାଯାଇଛି ।