ଉଦ୍ଧବ ଠାକରେଙ୍କୁ ପୁଣି ଏକ ବଡ ଝଟକା ଲାଗିଛି । ପାର୍ଟିର ନାମ ଓ ନିର୍ବାଚନ ଚିହ୍ନ ହରାଇବା ପରେ ଏବେ ସଂସଦରେ ଥିବା ଶିବସେନା କାର୍ଯ୍ୟାଳୟକୁ ସିନ୍ଦେ ଗୋଷ୍ଠୀକୁ ଦିଆଯାଇଛି । ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ନଜରରେ ରଖି ସଂସଦରେ ଥିବା ଶିବସେନା କାର୍ଯ୍ୟାଳୟ ଏବେ ସିନ୍ଦେ ଗୋଷ୍ଠୀ ଦଖଲକୁ ଆସିଛି । ଏବେ ଏହି କାର୍ଯ୍ୟାଳୟ ଉପରେ ଉଦ୍ଧବ ଗୋଷ୍ଠୀର କୌଣସି ହକ୍ ନାହିଁ ବୋଲି କୁହାଯାଇଛି । କିଛିଦିନ ତଳେ ସିନ୍ଦେ ଗୋଷ୍ଠୀ ଏହି ଦପ୍ତର ଉପରେ ନିଜର ଅଧିକାର ମାଗିଥିଲେ । ସେପଟେ ଏକନାଥ ସିନ୍ଦେ ସୋମବାର ଦିନ କହିଛନ୍ତି କି, ଆମେ କୌଣସି ପାର୍ଟିର କୌଣସି ସଂପତ୍ତି ଉପରେ କିଛି ଦାବି କରିବୁ ନାହିଁ । କାରଣ ଆମେ ବାଲାସାହେବ ଠାକରେଙ୍କ ବିଚାରଧାରର ଉତରାଧୀକାରୀ ବୋଲି ଏକନାଥ ସିନ୍ଦେ କହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ