ଅସହ୍ୟ ହେଲାଣି ଉତ୍ତରାଖଣ୍ଡର ସ୍ଥିତି । ଡେରାଡୁନ ଜିଲ୍ଲାରେ ବାଦଲଫଟା ବର୍ଷା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହାସହ ବିଭିନ୍ନ ସ୍ଥାନରେ ଜଳର ପ୍ରଖର ସ୍ରୋତ ଯୋଗୁଁ ଭାସିଯାଇଛି ଘରଦ୍ବାର । ସେହିପରି ସୋଙ୍ଗ ନଦୀରେ ଥିବା ଏକ ପୋଲ ଭାସିଯାଇଛି । ପର୍ଯ୍ୟଟନସ୍ଥଳୀ କେମ୍ପଟି ଫଲ୍ସରେ ବି ସ୍ଥିତି ବିପନ୍ନ ହୋଇଛି । ୧୨ରୁ ଅଧିକ ଗାଁରେ କାଦୁଆମାଟି ପଶିବା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାରେ ପଡିଛନ୍ତି । ଏହାସହ ବିଭିନ୍ନ ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ମୁତୟନ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସହସ୍ରାଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି । ଏସବୁ ଭିତରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ