ଉତ୍ତରାଖଣ୍ଡରେ ପଳାତକ ଖଲିସ୍ଥାନୀ ନେତା ଅମୃତପାଲ ସିଂ ଥିବା ସୂଚନା । ଅମୃତପାଲ ସିଂ ପଞ୍ଜାବରୁ ଖସି ଯାଇ ହରିୟାଣା ଦେଇ ଉତ୍ତରାଖଣ୍ଡ ପଳାଇଥିବା ସନ୍ଦେହ କରାଯାଉଛି । ହରିୟାଣା କୁରୁକ୍ଷେତ୍ର ଜିଲ୍ଲାରେ ଏକ ସିସିଟିଭିରୁ ଏନେଇ ପ୍ରମାଣ ମିଳିଛି । ଗତ ୨୦ରେ କୁରୁକ୍ଷେତ୍ରରେ ଜଣେ ମହିଳାଙ୍କ ଘରେ ଅମୃତପାଲ ସିଂ ଆଶ୍ରୟ ନେଇଥିଲା । ତେବେ ଅମୃତପାଲଙ୍କୁ ଆଶ୍ରୟ ଦେଇଥିବା ମହିଳାଙ୍କୁ ଗିରଫ କରିଛି ପଞ୍ଜାବ ପୁଲିସ । ହରିୟାଣାରୁ ଉତ୍ତରାଖଣ୍ଡ ଖସି ଯାଇଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଚଳାଇଛି ପଞ୍ଜାବ ପୁଲିସ । ଗତ ୧୮ ତାରିଖରୁ ଅମୃତପାଲ ସିଂକୁ ଧରିବାକୁ ଚେଷ୍ଟା ଚଳାଇଛି ପଞ୍ଜାବ ପୁଲିସ । ତେବେ ଏଯାଏଁ ମିଳିନି ସଫଳତା । ସେପଟେ ପୁଲିସ ଅମୃତପାଲ ସିଂର ଦେହରକ୍ଷୀ ସମେତ ୨୦୭ ଜଣଙ୍କୁ ଗିରଫ କରି ସାରିଲାଣି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ