ଇଷ୍ଟର୍ଣ୍ଣ ଲଦାଖରେ ଅସ୍ତିତ୍ବ ହରାଉଛି ଭାରତ । ୨୬ଟି ପାଟ୍ରୋଲିଂ ପଏଣ୍ଟରେ ନାହିଁ ସେନାର ଅବସ୍ଥିତି । ୬୫ ପ୍ଲାସପଏଣ୍ଟରୁ ୨୫ଟିରେ ଭାରତ ନିୟନ୍ତ୍ରଣ ହରାଇଛି ବୋଲି ଲଦାଖର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଚୀନ ସହ ସୀମା ବିବାଦକୁ ନେଇ ତିକ୍ତତା ଲାଗି ରହିଥିବା ବେଳେ ସୀମା ସୁରକ୍ଷାକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । କାରାକୋରମ ପାସଠାରୁ ଚୁମୁର ମଧ୍ୟରେ ୬୫ଟି ଫ୍ଲାସ ପଏଣ୍ଟ ରହିଛି । ୩୫ଶହ କିମି ସୀମାଞ୍ଚଳରେ ଭାରତୀୟ ସିକ୍ୟୁରିଟି ଫୋର୍ସ ପକ୍ଷରୁ ପାଟ୍ରୋଲିଂ କରାଯାଇଥାଏ । ମାତ୍ର କିଛି ଦିନ ଧରି ପ୍ରହରା ଦିଆଯାଉ ନଥିବାରୁ ୨୫ଟି ଫ୍ଲାସପଏଣ୍ଟ ଉପରୁ ଭାରତ ନିୟନ୍ତ୍ରଣ ହରାଇଛି ବୋଲି ଲେହ ଲଦାଖ ଏସପି ପିଡି ନିତ୍ୟ କହିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍