The Topmost

“The eyes believe themselves, the ears believe other people.”

ଇମ୍ରାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ

ତୋଷାଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗୋଟିଏ ପଟେ ଇସଲାମାବାଦ କୋର୍ଟରେ ହାଜର ହେବାକୁ ଯାଉଥିବା ବେଳେ ଇମ୍ରାନ ଖାନଙ୍କ ଗାଡିକୁ ଇସଲାମାବାଦ ଟୋଲପ୍ଲାଜା ନିଟକରେ ଅଟକାଇ ଦିଆଇଯାଇଛି ତ ସେପଟେ ଲାହୋର ସ୍ଥିତ ତାଙ୍କ ଘରେ ପୋଲିସ ପହଂଚିଛି । ଏହି ସମୟରେ ପୋଲିସ ଓ ପିଟିଆଇ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଇମ୍ରାନଙ୍କ ଲାହୋର ସ୍ଥିତ ଘରେ ପୋଲିସ କବାଟ ଭାଙ୍ଗି ପଶିଛି । ଏହାସହ ବୁଲଡୋଜର ସହାୟତାରେ ତାଙ୍କ ଘର ଭାଙ୍ଗୁଥିବାର ଦେଖିବାକୁ ମିଳିଛି ।ଏସବୁ ଭିତରେ ଇସଲାମାବାଦ ଟୋଲପ୍ଲାଜା ନିକଟରୁ ଏକ ଭିଡିଓ ମାଧ୍ୟମରେ ନିଜର ପ୍ରତିକ୍ରିୟ ରଖିଛନ୍ତି ଇମ୍ରାନ ଖାନ । ସେ କହିଛନ୍ତି ମୋତେ କୋର୍ଟରେ ପହଞ୍ଚିବାକୁ ଦିଆଯାଉନାହିଁ । ଏବେକାର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କୁ ଜେଲରେ ପୁରାଇଦେବାକୁ ଚକ୍ରାନ୍ତ କରୁଥିବା କଥା ଇମ୍ରାନ ଖାନ ଅଭିଯୋଗ କରିଛନ୍ତି । ମୁଁ ଆଇନ ଉପରେ ଭରସା ରଖିଛି ଓ ସେଥିପାଇଁ କୋର୍ଟରେ ହାଜର ହେବାକୁ ଯାଉଛି ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ।