ଆସନ୍ତା ଜାନୁଆରୀ ୨୬ରେ ଲଞ୍ଚ ହେବ ଦେଶର କୋଭିଡ ନାଜାଲ ଟିକା । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଦେଶର ପ୍ରଥମ କୋଭିଡ୍ ନାଜାଲ ଟିକା INCOVACCକୁ ଲଞ୍ଚ କରିବ । ଏନେଇ କମ୍ପାନୀ ଚେୟାରମ୍ୟାନ ତଥା ଏମଡି କ୍ରିଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି । ଭୋପାଲରେ ଇଣ୍ଡିଆନ ଇଣ୍ଟରନ୍ୟାଶନାଲ ସାଇନ୍ସ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ସେ ପିଲାମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ କହିଛନ୍ତି ଯେ ଗାଈଙ୍କ ଦେହରେ ଦେଖା ଯାଉଥିବାର ଲୁମ୍ଫି ଚର୍ମ ରୋଗର ମୁକାବିଲା ପାଇଁ Lumpi-ProVacIndକୁ ଆସନ୍ତା ମାସରେ ଲଞ୍ଚ କରାଯିବ। ଏହାପୂର୍ବରୁ କରୋନାର ମୁକାବିଲା ପାଇଁ ନାଜାଲ ଟିକାର ଶୁଭାରମ୍ଭ ହେବ । ସେ କହିଛନ୍ତି, “ଆମର ନାଜାଲ ଟିକା ବିଧିବଦ୍ଧ ଭାବେ ଜାନୁଆରୀ ୨୬ ଅର୍ଥାତ ସାଧାରଣତନ୍ତ୍ର ଦିବସରେ ଲଞ୍ଚ ହେବ। ଲୋକମାନେ ବେଶ ସହଜରରେ ଏହାକୁ ନେଇ ପାରିବେ । ଏହାର ବ୍ୟବହାର ପାଇଁ ଅନୁମତି ମିଳି ସାରିଛି ।”
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ