ଇତିହାସ ରଚିଲା ଭାରତ । ୧୮ ମାସ ମଧ୍ୟରେ ଦୁଇ ଶହ କୋଟି ଡୋଜ୍ ଟିକାକରଣ କରି ରେକର୍ଡ ସୃଷ୍ଟିକରିଛି ଭାରତ । ଜାନୁଆରୀ ୧୬, ୨୦୨୧ରେ ଭାରତରେ ପ୍ରଥମ କରି ଟିକାକରଣ ଆରମ୍ଭ କରିଥିବା ବେଳେ ଆଜି ୨୦୦ କୋଟି ଟିକାକରଣ ରେକର୍ଡ ଅତିକ୍ରମ କରିଛି ଭାରତ । ଗତକାଲି ସୁଦ୍ଧା ଦେଶରେ ୧୯୯ କୋଟି ୯୭ ଲକ୍ଷ ଟିକାକରଣ ହୋଇଥିଲା, ଯାହା ମଧ୍ୟରେ ୫.୪୮ କୋଟି ପ୍ରିକସନ ଡୋଜ୍ ରହିଥିଲା । ୨୭୭ ଦିନ ମଧ୍ୟରେ ଦେଶରେ ୧୦୦ କୋଟି ଟିକାକରଣ ପୂରଣ ହୋଇଥିଲା । ବର୍ତ୍ତମାନ ସାରା ଦେଶରେ ୧୪ ହଜାରଟି ସେଣ୍ଟରରେ ଟିକାକରଣ ଜାରି ରହିଛି । ମୋଦି ସରକାରଙ୍କ ଏହି ଟାର୍ଗେଟ୍ ପାଇଁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ୍ କରି ଖୁସିବ୍ୟକ୍ତ କରିବା ସହ ଏତେ ବଡ଼ ଉପଲବ୍ଧି ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ