କନ୍ଧମାଳରେ ଥମୁନି ଗଞ୍ଜେଇ କାରବାର । ଏହି ପରିପ୍ରେକ୍ଷୀରେ ଫୁଲବାଣୀ ସଦର ପୋଲିସକୁ ମିଳିଛି ପୁଣି ସଫଳତା । ପ୍ରାୟ କିଛି ଦିନର ବ୍ୟବଧାନରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲସି । ସଦର ପୋଲିସ ଗୌଡପଡାଠାରେ ଏକ ଇଣ୍ଡିଗୋ କାର ସହ ୫୧ କେଜି ଚୋରା ଗଞ୍ଜେଇ ଜବତ ହୋଇଛି । ଘଟଣାରେ ସ୍ଥାନୀୟ ପେଂଜି ସାହିର ରମେଶ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେଵେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ତେବେ ଘଟଣାକୁ ନେଇ ସଦର ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା