The Topmost

“The eyes believe themselves, the ears believe other people.”

ଇଟାଲିରେ ପ୍ରଳୟଙ୍କରୀ ବନ୍ୟା

ଇଟାଲିରେ ପ୍ରଳୟଙ୍କରୀ ବନ୍ୟା । ଏମିଲିଆ-ରୋମାନାରେ ଦେଖାଦେଇଥିବା ଭୟଙ୍କର ବନ୍ୟା ଯୋଗୁ ଲକ୍ଷ ଲକ୍ଷ ଲୋକ ହୋଇଛନ୍ତି ପ୍ରଭାବିତ । ତେବେ ଏହି ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୩ରୁ ଅଧିକ ହୋଇଥିବା ସୂଚନା ମିଳିଛି । ବିଗତ ୧୦୦ ବର୍ଷ ମଧ୍ୟରେ ଏହି ଧରଣର ବନ୍ୟା କେବେ ଘଟି ନଥିବା କୁହାଯାଇଛି । କନଫାଗ୍ରିକୋଲୁରା ରାଭେନ୍ନାରେ ବି ବନ୍ୟା ପ୍ରଳୟ ରଚିଚି ବନ୍ୟା । ବନ୍ୟା ଯୋଗୁ ହଜାର ହଜାର କୃଷକ କ୍ଷତିର ଶିକାର ହୋଇଥିବାବେଳେ ଅନେକ ସହର ହୋଇଛି ଜଳପ୍ଲାବିତ । ଅବାରିତ ବର୍ଷା ଯୋଗୁ ଜନଜୀବନ ବ୍ୟାହତ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଘଟିଛି ଫ୍ଲାସ୍ ଫ୍ଲଡ୍ । ଏହି ପ୍ରଳୟଙ୍କାରୀ ବନ୍ୟାରେ ପ୍ରାୟ ୪୦ଟି ମ୍ୟୁନିସିପାଲିଟି କ୍ଷତିଗ୍ରସ୍ତ ହୋଇଛି । ୨୦ରୁ ଅଧିକ ନଦୀରେ ବନ୍ୟାଜଳ ପ୍ରବାହିତ ହେବାରୁ ସ୍ଥିତି ଅଧିକ ସଂକଟାପନ୍ନ ହୋଇଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ୨୮୦ରୁ ଅଧିକ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି ।