ଆଉ ବଞ୍ଚିବାକୁ ଚାହୁଁନାହାନ୍ତି ୧୦ ଜଣ ଦୋକାନୀ। ସେମାନେ ଜୀବନ ହାରିବାକୁ ଚାହୁଁଛନ୍ତି । ଏଥିପାଇଁ ନାଗପୁରର ଗଣେଶପେଠର ୧୦ ଜଣ ଦୋକାନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି । ସେମାନେ ସମସ୍ତେ ଚିଠିରେ ମରିବାକୁ ଅନୁମତି ଦିଆଯାଉ ବୋଲି ଅନୁରୋଧ କରିଛନ୍ତି । ଏନଏଚ୍ଏଆଇ ପକ୍ଷରୁ ଏବେ ରାସ୍ତା ଚଡ଼ଡ଼ା କାମ ଆରମ୍ଭ ହୋଇଛି । ଏଥିଯୋଗୁ ରାସ୍ତା କଡ଼ରେ ଥିବା ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଉଛି । ଏଠାରେ ଦୀର୍ଘ ୫ ଦଶନ୍ଧି ଧରି ଦୋକାନ କରିଥିବା ଲୋକମାନେ ଏହି ଉଚ୍ଛେଦକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ତେଣୁ ସେମାନେ ଉଚ୍ଛେଦକୁ ବିରୋଧ କରି ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି । ପ୍ରଭାବିତ ହେବାକୁ ଥିବା ଜଣେ ୭୨ ବର୍ଷୀୟ ଦୋକନୀ ନାଟୁ ଉରକୁଣ୍ଡେ କହିଛନ୍ତି, “ଆମେ ଦୋକାନୀମାନେ ମରିବା ପାଇଁ ଅନୁମତି ମାଗିଛୁ । ଏନଏଚ୍ଏଆଇ ଆମର ୫ ଦଶନ୍ଧିରୁ ପୁରୁଣା ଦୋକାନ ରାସ୍ତା ଚଉଡ଼ା ପାଇଁ ଉଚ୍ଛେଦ କରିବାକୁ ଚାହୁଁଛି । ଏହି ଦୋକାନ ଆମର ପେଟପାଟଣା କଥା ବୁଝୁଛି । ହେଲେ ଏବେ ସେଗୁଡ଼ିକୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି । ତେଣୁ ଆମେ ବଞ୍ଚିବାକୁ ଆଉ ଚାହୁଁନୁ ।”
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ