The Topmost

“The eyes believe themselves, the ears believe other people.”

 ଆହୁରି ୫ ଦିନ କଲବଲ କରିବ ତାତି

ଆଉ ୫ ଦିନ ଯାଏଁ କଲବଲ କରିବ ତାତି । ରାଜ୍ୟର ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିବ । ଅପରାହ୍ନରେ କାଳ ବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ଥିଲେ ମଧ୍ୟ ତାତି ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ । ତେବେ ୨୧ ତାରିଖ ପରେ ତାପମାତ୍ରା ହ୍ରାସ ପାଇବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତକାଲି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଅନୁଭୁତ ହୋଇଛି । ବାରିପଦା ପୁଣି ପାଲଟିଥିଲା ରାଜ୍ୟର ଉତପ୍ତ ସହର । ବାରିପଦାରେ ଗତକାଲି ୪୪ ଦଶମିକ୍ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଗତକାଲି ବିଶ୍ୱର ଚତୁର୍ଥ ଉତପ୍ତ ସହର ଥିଲା ବାରିପଦା । ସେହିପରି ଦ୍ୱାଦଶ ସ୍ଥାନରେ ରହିଥିଲା ଝାରସୁଗୁଡ଼ା । ବିଶ୍ୱର ସବୁଠୁ ଉତପ୍ତ ୧୫ଟି ସହର ମଧ୍ୟରେ ଭାରତର ୮ଟି ସହର ଥିଲା ।