The Topmost

“The eyes believe themselves, the ears believe other people.”

ଆସନ୍ତା ୪ ସପ୍ତାହ ବହୁତ ଗୁରୁତ୍ବପୂର୍ଣ୍ଣ

ଟେନସନ ବଢାଉଛି କରୋନାର ନୂଆ ଭାରିଆଣ୍ଟ । XBB1.16 ଭାରିଆଣ୍ଟ ରୋଗପ୍ରତିରୋଧକ ଶକ୍ତିକୁ ମଧ୍ୟ କ୍ଷତି ପହଞ୍ଚାଉଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ତେବେ ଆସନ୍ତା ୪ ସପ୍ତାହ ବହୁ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ କରୋନା ନିୟମ ମାନି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ଭାରିଆଣ୍ଟ ଶିଶୁ ଓ ବୃଦ୍ଧଙ୍କୁ ଅଧିକ ସଂକ୍ରମିତ ହେବାର ଦେଖାଯାଉଛି । କରୋନାର ତୃତୀୟ ଲହରରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ମଧ୍ୟ ସଂକ୍ରମିତ ହେଉଛନ୍ତି । ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ଠାରେ ମଧ୍ୟ ଲକ୍ଷଣ ଅନେକ ଦିନ ଦେଖିବାକୁ ମିଳିଛି । କରୋନାର XBB1.16 ଭାରିଆଣ୍ଟ ପୂର୍ବ ଭାରିଆଣ୍ଟ ଅପେକ୍ଷା ଅଧିକ ଶକ୍ତିଶାଳୀ । ସତର୍କ ରହିଲେ ମଧ୍ୟ ଏଥିରେ ଅନେକ ଲୋକ ସଂକ୍ରମଣ ହେଉଛନ୍ତି, ସେମାନଙ୍କ ମଧ୍ୟରେ ଅନେକ ଶିଶୁ ଥିବା ଦିଲ୍ଲୀର ଶିଶୁ ରୋଗ ବିଶେଷଜ୍ଞ କହିଛନ୍ତି ।