The Topmost

“The eyes believe themselves, the ears believe other people.”

ଆସନ୍ତାକାଲି ମାଓ ମୁକାବିଲା ବୈଠକ

ଆସନ୍ତାକାଲି ନୂଆଦିଲ୍ଲୀରେ ବସିବ ମାଓ ମୁକାବିଲା ବୈଠକ । ସକାଳ ୧୦ଟାରେ ବିଜ୍ଞାନ ଭବନଠାରେ ବସିବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିବେ । ବୈଠକରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ ନକ୍ସଲ ପ୍ରଭାବିତ ରାଜ୍ୟ ଯୋଗ ଦେବେ । ଓଡ଼ିଶାରୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ବୈଠକରେ ଯୋଗଦେବେ । ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କ ସ୍ଥିତି ଓ ସରକାରଙ୍କ ମୁକାବିଲା ରଣନୀତି ଉପରେ ଆଲୋଚନା କରାଯିବ । ନକ୍ସଲ ମୁକାବିଲା କ୍ଷେତ୍ରରେ ଓଡ଼ିଶାର କାର୍ଯ୍ୟଶୈଳୀ ପ୍ରଶଂସନୀୟ ।