ଆସନ୍ତାକାଲି କର୍ଣ୍ଣାଟକ ନିର୍ବାଚନ । ୨୨୪ ଆସନ ପାଇଁ ମଇଦାନରେ ୨ହଜାର ୬୧୩ ପ୍ରାର୍ଥୀ । ନିର୍ବାଚନରେ ଭୋଟରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫କୋଟିରୁ ଊର୍ଦ୍ଧ୍ବ ଭୋଟର । ତେବେ ୧୩ ତାରିଖରେ ଭୋଟ ଗଣତି । ହାଇ ପ୍ରୋଫାଇଲ ଆସନ ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ସିଦ୍ଧରମୈୟା, ପିସିସି ସଭାପତି ଡି କେ ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡଗେ, ମୁଖ୍ୟମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ବାସବରାଜ ବୋମାଇ, ୟଦ୍ଦ୍ୟୁରପ୍ପାଙ୍କ ପୁଅ ବି ଓ୍ବାଇ ବିଜୟେନ୍ଦ୍ର, ଜେଡିଏସ ସୁପ୍ରିମୋ ଏଚ ଡି କୁମାରସ୍ବାମୀ ପ୍ରମୁଖଙ୍କ ଆସନ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ସେପଟେ ଏକାଧିକ ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ସର୍ଭେରେ କଂଗ୍ରେସକୁ ବହୁମତ ମିଳିଥିବା ବେଳେ ବିଜେପି ପାଇଁ ଏହା ଟେନସନ ବଢ଼ାଇ ଦେଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ