ଆସନ୍ତାକାଲି ଅବସର ଗ୍ରହଣ କରିବେ ପୋଲିସ ଡିଜି ସୁନୀଲ ବଂଶଲ । ଏହା ପୂର୍ବରୁ ପରବର୍ତୀ ଡିଜି ପାଇଁ ନାମ ଚୂଡାନ୍ତ ହେବା କଥା । ହେଲେ ଏନେଇ କୌଣସି ବୈଠକ ବସିପାରିନାହିଁ । ବରିଷ୍ଠତା ଦୃଷ୍ଟିରୁ ୟୁପିଏସ୍ସି ଯେଉଁ ତିନି ଜଣ ଅଧିକାରୀଙ୍କ ନାଁ ସୁପାରିସ କରିବା କଥା ତାହା ଏଯାଏଁ ଆସିପାରିନଥିବା କୁହାଯାଉଛି । ତେଣୁ ନୂଆ ବର୍ଷରୁ ନୂଆ ଡିଜିପି ନିଯୁକ୍ତ ହେବା ସମ୍ଭାବନା କମ୍ । ତେଣୁ କାର୍ଯ୍ୟକାରୀ ଡିଜିପି ନିଯୁକ୍ତ କରାଯାଇପାରେ । ଅରୁଣ ଷଡଙ୍ଗୀଙ୍କୁ କାର୍ଯ୍ୟକାରୀ ଡିଜିପି ଭାବେ ନିଯୁକ୍ତି ଦିଆଯାଇପାରେ । ଏନେଇ ସରକାର ଆଜି ଘୋଷଣା କରିବାର ସମ୍ଭାବନା ରହିଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍