ଆସନ୍ତାକାଲିଠାରୁ ଆରମ୍ଭ ହେବ ଡଟ୍ ଫେଷ୍ଟ । ଏନେଇ ଆସିବେ ଜାତୀୟ କଳାକାର । ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବାକୁ ଥିବା ବେଳେ ୨୯ ପର୍ଯ୍ୟନ୍ତ ଡଟ୍ ଫେଷ୍ଟ ଚାଲିବ । ଏଥିରେ ୭୦୦୦ ଲୋକଙ୍କ ପାଇଁ ବସିବା ବ୍ୟବସ୍ଥା ହୋଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ଭୁବନେଶ୍ୱର ଡିସିପି । ସୁରକ୍ଷା ଦାୟିତ୍ବରେ ରହିବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ । ଯେଉଁଥିରୁ ୫ ପ୍ଲାଟୁନ ଟ୍ରାଫିକ ଦାୟିତ୍ୱରେ ରହିବେ । ସେହିପରି ୨ ଜଣ ଅତିରିକ୍ତ ଡିସିପିଙ୍କ ସହ, ୬ଜଣ ଏସିପି, ୫୧ ଜଣ ଆଇଆଇସି ଅଧିକାରୀ ରହିବେ । ଡଟ୍ ଫେଷ୍ଟ ପାଇଁ ସିସିଟିଭି ସର୍ଭେଲାନ୍ସରେ ରହିଛି ପୂରା ପ୍ରଦର୍ଶନୀ ପଡ଼ିଆ । ଅପରାଧୀଙ୍କ ଉପରେ ନଜର ରଖିବେ ସ୍ବତନ୍ତ୍ର ଟିମ୍ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା