The Topmost

“The eyes believe themselves, the ears believe other people.”

ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

ଆଜି ଆଲୋକର ପର୍ବ ଦୀପାବଳି । ଦୀପାବଳି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି । କରୋନା କଟକଣା ଯୋଗୁଁ ଦୁଇ ବର୍ଷ ପରେ ଧୁମଧାମରେ ପାଳିତ ହେବ ଦୀପାବଳି । ବାଣ କିଣିବା ପାଇଁ ଦୋକାନରେ ନାହିଁ ନଥିବା ଗହଳି ଦେଖିବାକୁ ମିଳିଛି । ଘର ଗୁଡ଼ିକ ରଙ୍ଗୋଲିରେ ସଜେଇ ହେବ । ଚଳିତ ବର୍ଷ ଦୀପାବଳି ପାଇଁ ବାଣ ଠାରୁ ଆରମ୍ଭ କରି ଦୀପ ଗୁଡ଼ିକର ଦାମ ଚଢ଼ା ରହିଛି । ଦୀପାବଳିର ଅନ୍ୟତମ ଆକର୍ଷଣ ହେଉଛି ବଡ଼ବଡ଼ୁଆ ଡାକ । ପୂର୍ବ ପୁରୁଷଙ୍କୁ ଆହ୍ୱାନ କରି ସେମାନଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ । ଆଉ ରାତିରେ ବଡ଼ବଡ଼ିଆଙ୍କୁ ଡକା ଯାଇଥାଏ । ବଡ଼ବଡ଼ୁଆ ଡାକ ପାଇଁ କାଉଁରିଆ କାଠି ବିଡ଼ାର ବେଶ୍ ଚାହିଦା ରହିଛି । ସେପଟେ ବିଭିନ୍ନ ମଣ୍ଡପରେ ପୂଜା ପାଇବେ ମା’ କାଳୀ । ବିଭିନ୍ନ ତୋରଣ ସାଙ୍ଗକୁ ଚାନ୍ଦି-ସୁନାରେ ଝଲସିବେ ମା’ । ଆସନ୍ତାକାଲି ସୂର୍ଯ୍ୟୋପରାଗ ପଡ଼ୁଥିବାରୁ ଆଜି ରାତିରେ ପୂଜା ଶେଷ ହେବ । ତା’ ପରେ ବୁଧବାର ପୁଣି ପୂଜା ପାଇବେ ମା’ ।