ଆଲିଆ ଭଟ୍ଟ ତାଙ୍କ ହଲିଉଡର ଡେବ୍ୟୁ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନର ସୁଟିଂ ଶେଷ କରିଛନ୍ତି । ନିକଟରେ ଅଭିନେତ୍ରୀ ଗାଲ ଗାଡୋଟ ଏବଂ କ୍ରୁଙ୍କ ସହ କିଛି ଫଟୋ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏଥିସହ, ଗାଲ୍ ଆଲିଆଙ୍କ ସହ ସେଲଫି ପୋଷ୍ଟ କରି ଅନେକ ଭଲପାଇବା ମଧ୍ୟ ଦେଇଛନ୍ତି । ନେଟଫ୍ଲିକ୍ସ ଚଳଚ୍ଚିତ୍ରରେ ଆଲିଆ ଗାଲ ଏବଂ ଜାମି ଡର୍ନାନଙ୍କ ସହ ନଜର ଆସିବେ । ଫଟୋ ସେୟାର କରି ଆଲିଆ କ୍ୟାପସନ ଲେଖିଛନ୍ତି, ସୁନ୍ଦର ଗାଲ ଗାଡୋଟ ଏବଂ ମୋର ନିର୍ଦ୍ଦେଶକ ଟମ ହାରପଙ୍ର୍କୁ ଧନ୍ୟବାଦ । ମିସ୍ ୟୁ ଜାମି ଡର୍ନାନ୍ ଏବଂ ମୋତେ ଏପରି ଏକ ଅଦ୍ଭୁତ ଅନୁଭୂତି ଦେଇଥିବାରୁ ଫିଲ୍ମର ପୁରା ଟିମକୁ ଧନ୍ୟବାଦ । ତୁମର ଭଲପାଇବା ଏବଂ ଯତ୍ନ ପାଇଁ ମୁଁ ସର୍ବଦା କୃତଜ୍ଞ ।
ଏବେ କେବଳ ଫିଲ୍ମ ଦେଖିବାକୁ ଅପେକ୍ଷା କରିଛି । ତେବେ ସେହି ଫଟୋରେ ଆଲିଆ ସମୁଦ୍ର କୂଳରେ ଗାଲକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ଦ୍ୱିତୀୟ ଫଟୋରେ ଅଭିନେତ୍ରୀଙ୍କୁ କ୍ରୁ ସଦସ୍ୟଙ୍କ ସହ ଦେଖିବାକୁ ମିଳିଛି । ତାଙ୍କର ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଗାଲ ଲେଖିଛନ୍ତି, ଆମେ ତୁମକୁ ବହୁତ ମିସ୍ କରିବୁ । ଗାଲ ମଧ୍ୟ ତାଙ୍କ ସୋସିଆଲ ମିଡିଆ କାହାଣୀରେ ଆଲିଆଙ୍କ ସହ ସମାନ ଫଟୋ ସେୟାର କରି ଲେଖିଥିଲେ, ଏହି ସୁନ୍ଦର ଝିଅ ଆଲିଆଙ୍କୁ ହାର୍ଟ ଅଫ୍ ଷ୍ଟୋନ୍ ଚଳଚ୍ଚିତ୍ରର ଶେଷ ଦିନରେ ବହୁତ ବହୁତ ଭଲପାଇବା ଦେଉଛି । ମହାନ ପ୍ରତିଭା ସହିତ ଆଲିଆ ବହୁତ ସୁନ୍ଦର ବ୍ୟକ୍ତି । ତେବେ ଆଲିଆ ଏହାର ସିକେ ୍ୱଲରେ ମଧ୍ୟ ଦେଖିବାକୁ ମିଳିବେ । ତେବେ ଏକ ହଲିଉଡ୍ ମୁଭିରେ ଡେବ୍ୟୁ କରି ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି ଆଲିଆ ।
https://thetopmost.in/hollywood-star-will-smith-is-at-iscon-temple/
https://thetopmost.in/priyanka-chopra-jones-keep-her-daughters-name-malti/
More Stories
କାହିଁକି ଓ କାହା ପାଇଁ ପାଳନ ହୁଏ ଭ୍ୟାଲେନଟାଇନ୍ସ ଡେ
ଜାଣନ୍ତି କି ଆପଣଙ୍କ ଘରୋଇ ଉପକରଣରେ ଅଛି ସୁନା
Meta Layoff season ଚାଲିଛି ଛଟେଇ ସିଜିନ୍, ମେଟାରୁ ବାହାରିବେ 3000 କର୍ମଚାରୀ