ଭୁବନେଶ୍ୱର: ଫେବୃଆରୀ ୨୬: ଆଜିଠୁ ଓଡିଶାରେ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ସକାଳ ୮ରୁ ଆରମ୍ଭ ହୋଇ ଆଗାମୀ ୩ ଦିନ ଧରି ଏହି ପ୍ରକ୍ରିୟା ଚାଲିବ। ଏହି ୩ ଦିନରେ ୧,୫୬,୭୫୩ ଓ୍ୱାର୍ଡ ମେମ୍ବର, ୩୨,୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩,୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାର ବ୍ଲକ ସଦର ମହକୁମାରେ ଗଣତି କେନ୍ଦ୍ର ଖୋଲା ଯାଇଛି। ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନର ଭୋଟ ଗଣାଯିବ। ଆସନ୍ତାକାଲି ୩୦୭ ଓ ପରଦିନ ୨୨୯ ଜିଲ୍ଲା ପରିଷଦ ଜୋନର ଭୋଟ୍ ଗଣତି କରାଯିବ। ତେବେ ଭୋଟ ଗଣତି ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଗଣତି ହେବ।ଇଲେକସନ୍ ଅଫିସର ଓ ଟାବୁଲେସନ୍ ଲାଗି ସ୍ୱତନ୍ତ୍ର ଟେବୁଲ୍ ରହିବ। ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦର ବାଲାଟ୍ ପେପରକୁ ରଙ୍ଗ ଅନୁସାରେ ପୃଥକ କରାଯିବା ପରେ କାଉଣ୍ଟିଂ ଆରମ୍ଭ ହେବ।
More Stories
ଅଡୁଆରେ ସୁଲତା
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ