The Topmost

“The eyes believe themselves, the ears believe other people.”

ଆମେରିକାର ସୁରକ୍ଷାକୁ ନେଇ ଚିନ୍ତା

ଯେବେଠୁ ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ପେଂଟାଗନର କିଛି ଜରୁରୀ ଦସ୍ତାବିଜ ପ୍ରଘଟ ହୋଇଛି ସେବେଠୁ ଦେଶର ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ । କାରଣ ଏହି ସବୁ ଦସ୍ତାବିଜ ଲିକ ଯୋଗୁଁ କେବଳ ଆମେରିକାର ସୁରକ୍ଷା ସମ୍ବନ୍ଧିତ ତଥ୍ୟ ଲିକ ହୋଇନି ବଂର ଆଗକୁ ପେଂଟାଗନର କଣ ସବୁ ରଣନୀତି ରହିଛି?ବର୍ତମାନ କି ସବୁ ସିକ୍ରେଟ ମିଶନ ଚାଲିଛି ସେସବୁ ମଧ୍ୟ ପଦାରେ ପଡିଛି । ଏହା ଭିତରେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ ଖୁଲାସା ହୋଇଛି । ୟୁକ୍ରେନରେ ବ୍ରିଟେନ ଓ ନାଟୋର ସ୍ୱତନ୍ତ୍ର ସେନା ମୁତୟନ ହୋଇଥିବା ଆମେରିକାର ଲିକ କ୍ଲାସିଫ୍ଲାଏଡ ଡକ୍ୟୁମେଂଟରୁ ଜଣାପଡିଛି । ଏହି ସେନା ମଧ୍ୟରେ ବ୍ରିଟେନର ସ୍ୱତନ୍ତ୍ର ଫୋର୍ସର ସବୁଠୁ ବଡ ୟୁନିଟ, ଆମେରିକା, ଫ୍ରାନ୍ସ ଓ ନେଦରଲ୍ୟାଣ୍ଡର ଗୋଟିଏ ଲେଖାଏଁ ୟୁନିଟ ଉପସ୍ଥିତ ଅଛନ୍ତି । ତେବେ ୟୁକ୍ରେନର କେଉଁ ସ୍ଥାନରେ ଏହି ଫୋର୍ସ ମୁତୟନ ଅଛନ୍ତି ସେକଥା ଦସ୍ତାବିଜର ଉଲ୍ଲେଖ କରାଯାଇନି ।