The Topmost

“The eyes believe themselves, the ears believe other people.”

ଆମେରିକାରେ ବରଫ ଝଡର ରେକର୍ଡ

ଆମେରିକାରେ ବରଫ ଝଡ଼ ଭାଙ୍ଗିଛି ସବୁ ରେକର୍ଡ । ପ୍ରାୟ ୨୦ କୋଟି ଲୋକ ଝଡ଼ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ମୋଂଟାନାରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୪୫ ଡିଗ୍ରୀ ରେକର୍ଡ କରାଯାଇଛି । ବରଫ ଝଡ଼ ଯୋଗୁ ୧୮ ଜଣଙ୍କ ଜୀବନ ଗଲାଣି । ୧୫ ଲକ୍ଷ ଲୋକଙ୍କ ଘରେ ବିଦ୍ୟୁତ୍ ସଂଯୋଗ ବିଚ୍ଛନ୍ନ ହୋଇଛି । ଫଳରେ ସ୍ଥିତି ଆହୁରି ଗମ୍ଭୀର ହୋଇଛି । ଆମେରିକାରେ ଏପରି ଭୟଙ୍କର ଥଣ୍ଡା ଯେ, ସେକେଣ୍ଡରେ ପାଣି ବରଫ ପାଲଟି ଯାଉଛି । ରାସ୍ତା, ରେଳ ଧାରଣା, ଘରଦ୍ୱାର ସବୁଠି ବରଫ ଗଦା ହୋଇଛି । ଆମେରିକାରୁ କାନାଡାର କ୍ୟୁବେକ୍ ପ୍ରାୟ ୩୨ ଶହ କିଲୋମିଟର ପର୍ଯ୍ୟନ୍ତ ଏହି ଝଡ଼ ତାଣ୍ଡବ ରଚିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏନେଇ ଦେଶବାସୀଙ୍କୁ ସତର୍କ କରାଇଛନ୍ତି । ଏପରି ବଡ଼ ବିପଦ ନେଇ ବାଇଡେନ୍ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।