The Topmost

“The eyes believe themselves, the ears believe other people.”

ଆଫଗାନିସ୍ତାନର ଗୁରୁଦ୍ୱାରରେ ଅଜଣା ବ୍ୟକ୍ତିଙ୍କ ଗୁଳିରେ ସୁରକ୍ଷାକର୍ମୀ ଆହତ

() ଗୁରୁଦ୍ୱାରରେ ଭୟାବହ ଦୁର୍ଘଟଣା । ଆଜି ସକାଳେ ଆଫଗାନିସ୍ତାନରେ ଥିବା ଗୁରୁଦ୍ୱାର କାର୍ତେ ପୱର୍ାନ୍‌ ପରିସରରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ଜଣେ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଛି । ଏହି ଗୁଳିରେ ଅନ୍ୟୂନ ୫ଜଣ ଆହତ ହୋଇଛନ୍ତି । ସେମାନେ ଆଇଏସ୍‌ଆଇଏସ୍‌ ଖୋର୍ସାନ୍‌ ଆତଙ୍କବାଦୀ ବୋଲି ସନ୍ଦେହ କରାଯାଉଛି । ଗୁରୁଦ୍ୱାର ଦଶମେଶ ପିଟା ଗୁରୁ ଗୋବିନ୍ଦ ସିଂହ କାର୍ତେ ପୱର୍ାରଙ୍କ ଅଧ୍ୟକ୍ଷ ଗୁରନାମ ସିଂହ କହିଛନ୍ତି, ଗୁରୁଦ୍ୱାରରେ ବନ୍ଧୁକଧାରୀମାନେ ଗୁଳି ଚଳାଇଛନ୍ତି । ଏବେ ଆମେ ଗୁରୁଦ୍ୱାର ବାହାରେ ଅଛୁ । କିଛି ଲୋକଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ ହେଉଛି ।

ଭିତରକୁ ଗଲେ ଯାଇ ଅଧିକ ତଥ୍ୟ ଜଣାପଡ଼ିବ । ସେ କହିଛନ୍ତି, ଆକ୍ରମଣ ସମୟରେ ଶିଖ୍‌ ସମ୍ପ୍ରଦାୟର ଅନ୍ୟୂନ ୨୦/୨୫ଜଣ ବ୍ୟକ୍ତି ଗୁରୁଦ୍ୱାରରେ ଥିଲେ । ସମ୍ବାଦ ସରବରାହ ସଂସ୍ଥାନ ଏଏନ୍‌ଆଇ ରିପୋର୍ଟ ଅନୁସାରେ, ଭାରତୀୟ ସମୟ ସକାଳ ୮.୩୦ରେ ଆକ୍ରମଣ ଆରମ୍ଭ ହୋଇଥିଲା । ୩ଜଣ ବ୍ୟକ୍ତି ଗୁରୁଦ୍ୱାର ଭିତରୁ ବାହାରି ଆସିଥିଲେ । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଡାକ୍ତରଖାନାକୁ ପଠାଯାଇଛି । ଗୁରୁଦ୍ୱାରର ସୁରକ୍ଷାକର୍ମୀ ଗୁଳିଚୋଟରେ ନିହତ ହୋଇଛନ୍ତି । ୩ଜଣ ତାଲିବାନ୍‌ ସୈନିକ ମଧ୍ୟ ଆହତ ହୋଇଛନ୍ତି । ବିଜେପି ବିଧାୟକ ମନଜିନ୍ଦର୍‌ ସିଂହ ସିରସା କହିଛନ୍ତି, ଗୁରୁଦ୍ୱାର କାର୍ତେ ପୱର୍ାରଙ୍କ ଅଧ୍ୟକ୍ଷ ଗୁରନାମ ସିଂହଙ୍କ ସହିତ ଫୋନରେ କଥା ହୋଇଛି । ଆଫଗାନିସ୍ତାନରେ ଥିବା ଶିଖମାନଙ୍କ ନିମନ୍ତେ ସେ ବୈଶ୍ୱିକ ସହଯୋଗ ଲୋଡ଼ିଛନ୍ତି ।