ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ । ସକାଳ ୧୦ଟାରେ ଦଶମ ଓ ଏହା ପରେ ଦ୍ୱାଦଶ ଫଳ ପ୍ରକାଶ ପାଇବ । ଅଫିସିଆଲ ଓ୍ବେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ପରୀକ୍ଷା ରୋଲ ନମ୍ବର ଓ ଆଡମିଟ କାର୍ଡ ମାଧ୍ୟମରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଜାଣିପାରିବେ । ଗତ ଫେବ୍ରୁଆରୀ ୧୪ ତାରିଖରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସିବିଏସଇ ଦଶମ ଏବଂ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦ୍ବାଦଶ ପରୀକ୍ଷା ହୋଇଥିଲା । ଚଳିତବର୍ଷ ଦେଶର ୭ହଜାର ୨୫୦ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ୨୧ ଲକ୍ଷ ୮୬ ହଜାର ୯୪୦ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିବାବେଳେ ଦ୍ୱାଦଶ ଶ୍ରେଣୀରେ ୧୬ ଲକ୍ଷ ୯୬ ହଜାର ୭୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା