ଆଜି ସମଗ୍ର ବିଶ୍ବ ପାଳୁଛି ‘ନାଗାସାକି ଦିବସ’ । ୧୯୪୫ ଅଗଷ୍ଟ ୯ ତାରିଖରେ ଜାପାନର ନାଗାସାକି ସହର ଉପରେ ଆମେରିକା ପକାଇଥିବା ପରମାଣୁ ବୋମାର ଭୟଙ୍କର ପରିଣାମକୁ ସ୍ମରଣ ଉଦ୍ଦ୍ୟେଶରେ ଏହି ଦିବସ ଉତ୍ସର୍ଗୀକୃତ । ଦ୍ବିତୀୟ ବିଶ୍ବଯୁଦ୍ଧ ଅବସରରେ ୧୯୪୫ ଅଗଷ୍ଟ ୬ ତାରିଖରେ ଜାପାନର ହିରୋସିମା ଉପରେ ଆମେରିକା ତାହାର ପ୍ରଥମ ପରମାଣୁ ବୋମା ‘ଲିଟିଲ୍ ବୟ’ ନିକ୍ଷେପ କରିଥିଲା। ଏହା ସତ୍ତ୍ବେ ଜାପାନ ମିତ୍ରଶକ୍ତି ପାଖରେ ଆତ୍ମସମର୍ପଣ ନ କରିବାରୁ ୩ ଦିନ ପରେ ଜାପାନର ଅଗ୍ରଣୀ ଶିଳ୍ପ ସହର ନାଗାସାକି ଉପରେ ଆମେରିକା ଦ୍ୱିତୀୟ ପରମାଣୁ ବୋମା ‘ଫ୍ୟାଟ୍ ମ୍ୟାନ୍’ ପକାଇଥିଲା । ସେହି ବୋମା ବିସ୍ଫୋରଣର ତେଜସ୍କ୍ରିୟ ବିକିରଣ ଯୋଗୁଁ ୭୪,୦୦୦ରୁ ୮୦,୦୦୦ ନାଗରିକ ପ୍ରାଣ ହରାଇଥିଲେ। ଏହି ଭୟଙ୍କର ବିନାଶ ଦେଖି ଜାପାନ ଶେଷରେ ମୁଣ୍ଡ ନୁଆଁଇଥିଲା । ଅଗଷ୍ଟ ୧୫ ତାରିଖରେ ଜାପାନ ସର୍ତ୍ତହୀନ ଅତ୍ମସମର୍ପଣ ଘୋଷଣା କରିବା ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବସାନ ଘଟିଥିଲା । ନାଗାସାକି ଦିବସ ପରମାଣୁ ଅସ୍ତ୍ରଶସ୍ତ୍ରର ଧ୍ୱଂସକାରୀ ପରିଣାମ ସମ୍ପର୍କରେ ମଣିଷକୁ ଚେତାଇଦେବା ସହିତ ବିନାଶକାରୀ ଅସ୍ତ୍ରଶସ୍ତ୍ରରୁ ବିଶ୍ୱକୁ ମୁକ୍ତ ରଖିବାକୁ ଆହ୍ୱାନ ଦିଏ ।
“The eyes believe themselves, the ears believe other people.”
More Stories
ଏକାବେଳେ 20 ଶିଶୁଙ୍କ ସହ 100 ବିସ୍ଥାପିତଙ୍କ ହତ୍ୟା
ମୋମୋ ରୁ ମୃତ୍ୟୁ, ମୋମୋ ଖାଉଥିଲେ ସାବଧାନ
6000 ପ୍ରବାସୀଙ୍କୁ ମୃତ ଘୋଷଣା କଲା ଟ୍ରମ୍ପ ପ୍ରଶାସନ