ଆଜି ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ । ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ପରିଷଦର ମୋଟ ୨୫ଟି ସଦସ୍ୟ ପଦବୀ ପାଇଁ ମତଦାନ ହେଉଛି । ଏହି ନିର୍ବାଚନ ପ୍ରକ୍ରିୟାରେ ରାଜ୍ୟର ମୋଟ ୩୪ ହଜାର ୯୦୮ ଜଣ ଆଇନଜୀବୀ ଭୋଟ ଦେବେ । ପରିଷଦର ୨୫ଟି ସଦସ୍ୟ ପଦବୀ ପାଇଁ ବିଭିନ୍ନ ବାର୍ ଆସୋସିଏସନରୁ ୯୬ ଜଣ ଆଇନଜୀବୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି । ପରିଷଦ ସହ ଅନୁବନ୍ଧିତ ୧୮୨ଟି ବାର୍ ଆସୋସିଏସନ ଥିବା ବେଳେ, ଭୋଟ ଗ୍ରହଣ ପାଇଁ ସାରା ରାଜ୍ୟରେ ୧୬୭ଟି ବୁଥର ବ୍ୟବସ୍ଥା କରାଯାଇଛି । ପ୍ରିଫରେନସିଆଲ ଭୋଟ ହୋଇଥିବାରୁ ବିଧାନସଭାର କର୍ମଚାରୀମାନେ ଭୋଟ ଗଣତି ପ୍ରକ୍ରିୟାରେ ସାମିଲ ହେବେ । ଆସନ୍ତା ୨୧ ତାରିଖରୁ ଭୋଟ ଗଣତି ଆରମ୍ଭ ହେବାକୁ ଥିବା ବେଳେ, ପ୍ରାୟ ୨ ମାସ ଧରି ଗଣତି ଜାରି ରହିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା