ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ନେଇ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନା । ସେ କହିଛନ୍ତି ଯେ ରାଜଘାଟ ଠାରେ ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ରହିଛି । ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଏବେ ୧୧.୯୦ ମିଟର ଜଳ ପ୍ରବାହିତ ହେଉଛି । ଏହା ଯୋଗୁଁ ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ବନ୍ୟାପାଣି ପର୍ବେଶ କରିଛି । ତେବେ ଆଜି ୧୨ଟା ବେଳକୁ ରାଜଘାଟ ଠାରେ ବନ୍ୟା ପାଣି ପିକକୁ ଛୁଇଁବ । ଝାଡଖଣ୍ଡ ସହ ସମନ୍ୱୟ ରକ୍ଷା କରି ଜଳ ସମ୍ପଦ ବିଭାଗ ବନ୍ୟା ଜଳ ପରିଚାଳନା କରୁଛି । ସେପଟେ ବୈତରଣୀରେ ଫ୍ଲଡ ପିକକୁ ଛୁଇଁବା ପରେ ଏବେ ଜଳସ୍ତର ଖସୁଛି । କିନ୍ତୁ ବୈତରଣୀରେ ଏବେ ବି ବିପଦ ସଙ୍କେତ ଉପରେ ରହିଛି ବନ୍ୟା ଜଳ । ବନ୍ୟା ମୁକାବିଲା ଲାଗି ୫ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା